ସିପିଆଇର ଶାଖା ସମ୍ମିଳନୀ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ରେ ସିପିଆଇ ର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଶାଖା ସମ୍ପାଦକ କମ୍ରେଡ଼ ପ୍ରକାଶ ଚନ୍ଦ୍ର ସେଠୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ କମ୍ରେଡ଼ ବୃନ୍ଦାବନ ପଣ୍ଡା ପାର୍ଟି ପତାକା ଉତ୍ତୋଳନ କରିଥିଲେ।ସିପିଆଇ ଜିଲା କମିଟି ସଦସ୍ୟ କମ୍ରେଡ଼ ଅଳକ ନାଥ ମିଶ୍ର,ବଡ଼ ଖେମୁଣ୍ଡି ଜୋନାଲ ସମ୍ପାଦକ କମ୍ରେଡ଼ କିଶୋର କୁମାର ଶତପଥି, କମ୍ରେଡ଼ ଦଣ୍ଡପାଣି ସାହୁ, କମ୍ରେଡ଼ ଲୋକନାଥ ବିଷୋୟୀ ଅତିଥିଭାବେ ଯୋଗଦେଇ ଜାତୀୟ ତଥା ରାଜ୍ୟର ରାଜନୈତିକ ପରିସ୍ଥିତି,ଆଞ୍ଚଳିକ ସମସ୍ୟା ଏବଂ ପାର୍ଟି ର ଆଭିମୁଖ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ। ଭୀଷ୍ମଗିରି ଗ୍ରାମକୁ ଏନଏସି ର ମାନ୍ୟତା ପ୍ରଦାନ କରାଯିବା।ବିପର୍ଯ୍ୟସ୍ତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ସୁଧାର ଅଣାଯିବା।ଚାଷୀଙ୍କ ଠାରୁ ଧାନ କ୍ରୟ ରେ କଟନି ଛଟନି କୁ ସମ୍ପୂର୍ଣ ଭାବେ ବନ୍ଦ କରାଯିବା। ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀ ଙ୍କୁ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ କରାଯିବା। ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଚାଲିଥିବା ଦୁର୍ନୀତି ର ତଦନ୍ତ କରାଯାଇ ବ୍ୟବହୃତ ଜବକାର୍ଡ ଗୁଡ଼ିକୁ ଅସିଦ୍ଧ ଘୋଷଣା କରାଯିବା। ପାର୍ଟିର ସାଙ୍ଗଠନିକ ଅଭିବୃଦ୍ଧି ପାଇଁ ସମ୍ମିଳନୀରେ ନିର୍ଦ୍ଧାରଣ ଗୃହୀତ କରାଯାଇଥିଲା।କୃଷକ ସଙ୍ଗଠନ ପାଇଁ କମ୍ରେଡ଼ ସନ୍ୟାସୀ ରଇତ ଏବଂ ଶ୍ରମିକ ସଙ୍ଗଠନ ପାଇଁ କମ୍ରେଡ଼ ଅଶୋକ କୁମାର ସେଠୀ ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ଶେଷରେ ସିପିଆଇ ର ଭୀଷ୍ମଗିରି ଶାଖା ସମ୍ପାଦକ ଭାବ କମ୍ରେଡ଼ ପ୍ରକାଶ ଚନ୍ଦ୍ର ସେଠୀ ଏବଂ ସହ ସମ୍ପାଦକ ଭାବେ କମ୍ରେଡ଼ ସନ୍ୟାସୀ ରଇତ ଙ୍କୁ ସର୍ବସମ୍ମତ କ୍ରମେ ମନୋନୀତ କରାଯାଇଥିଲା।