ସୁଭାଦ୍ରା ଶୋଭାଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା):ମହିଳା ମାନଙ୍କୁ ସଶକ୍ତିକରଣ କରିବାପାଇଁ ସରକାରଙ୍କ ଦ୍ୱାରା ପ୍ରଚଳିତ ସୁଭଦ୍ରା ଯୋଜନାର ବ୍ୟାପକ ପ୍ରଚାର ପାଇଁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି.ମ୍ୟୁନିସିପାଲିଟି ଆଇ ସି ଡି ଏସ ପ୍ରକଳ୍ପ ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରାଳୁ ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ନିର୍ଲିପ୍ତା ମହାନ୍ତି ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ଏହା ସହର ପରିକ୍ରମା କରିଥିଲା.ସିଡିପିଓ ସାଗରିକା ଦତ୍ତ,ଶୁଭଶ୍ରୀ ଦାଶ,ବିଷ୍ଣୁପ୍ରିୟା ରଣା,ମଧୁଶଶ୍ରୀ ପ୍ରଧାନ ଓ ଜୟନ୍ତୀ ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ.