ସେଞ୍ଚୁରିଅନ୍ ୟୁନିଭରସିଟି ବ୍ରୋଚର -୨୦୨୫ ଉଦଘାଟିତ
ପାରାଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରାଳାଖେମୁଣ୍ଡି ସେଞ୍ଚୁରିଅନ୍ ୟୁନିଭରସିଟି କ୍ୟାମ୍ପସ ପରିସରରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରଫେସର ଡି. ଏନ ରାଓଙ୍କ ଦ୍ୱାରା ବ୍ରୋଚର -୨୦୨୫ ଉଦଘାଟିତ ହୋଇଯାଇଛି. ଆସନ୍ତା ବର୍ଷ ପାଇଁ କାର୍ଯ୍ୟକାରୀ ହେବାକୁ ଥିବା ନୂତନ ପାଠ୍ୟକ୍ରମ, ଛାତ୍ରମାନଙ୍କ ପାଇଁ ଆବଶ୍ୟକ ତାଲିମ, ମାର୍କେଟିଂ କୌଶଳ ଏବଂ ଅନ୍ୟାନ୍ୟ ବିଷୟ ବିଷୟରେ ସେ ସ୍ପଷ୍ଟ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆଡମିଶନ ନିର୍ଦ୍ଦେଶକ ସୁକାନ୍ତ ପାରିଦା ବିଭିନ୍ନ ପାଠ୍ୟକ୍ରମରେ ଆଡମିଶନ ପ୍ରକ୍ରିୟା ବିଷୟରେ ସୂଚନା ଦେଇଥିଲେ। ଭୁବନେଶ୍ୱର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ, ପ୍ରୋ କୁଳପତି (ଏକାଡେମିକ୍ସ) ଡ. ବିଶ୍ୱଜିତ୍ ମିଶ୍ର, ପ୍ରୋ କୁଳପତି (ପ୍ରଶାସନ), ଡକ୍ଟର ଅଜୟ କୁମାର ନାୟକ, ପାରଳାଖେମୁଣ୍ଡି କ୍ୟାମ୍ପସର ରେଜିଷ୍ଟ୍ରାର୍ ଡକ୍ଟର ଅନୀତା ପାଟ୍ରା, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏହି ବୈଠକରେ ଯୋଗ ଦେଇଥିଲେ. ପ୍ରଫେସର ପ୍ରସନ୍ନ କୁମାର ମହାନ୍ତି, ରେଜିଷ୍ଟ୍ରାର ଡ଼. ପାଲ୍ଲାଭି ଏବଂ ଆଡମିଶନ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।