ସ୍ବେଛାସେବୀ ସଂଗଠନ ପକ୍ଷରୁ ମେଗା ରକ୍ତଦାନ ଶିବିର

ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ କନଫରେନ୍ସ ହଲରେ ବିଶ୍ୱ ଏଡ଼ସ ଦିବସ ଉପଲକ୍ଷେ ଏକ ମେଗା ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଥିଲା l ଗଞ୍ଜାମ ଯୁବ ଗୋଷ୍ଠୀ ସ୍ବେଛାସେବୀ ସଂଗଠନ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରକୁ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଏବଂ ଗ୍ରାସୀମ କମ୍ପାନୀ ଏଚ ଆର ମୁଖ୍ୟ ତଥା ମାନବ ସମ୍ବଳ ଅଧିକାରୀ ନିରଜ ପଟ୍ଟନାୟକ ପ୍ରମୁଖ ମିଳିତ ଭାବେ ଶୁଭାରମ୍ଭ କରିଥିଲେ l ଦୀପକ ଫଟିଲାଇଇଜର ବରିଷ୍ଠ ଅଧିକାରୀ ରବୀନ୍ଦ୍ର କୁମାର ମହାନ୍ତି, ବିଜେଡି ଜିଲ୍ଲା ଛାତ୍ର ଉପସଭାପତି ଲିଙ୍ଗରାଜ ମହାପାତ୍ର, ଗଞ୍ଜାମ ଏନଏସି ଛାତ୍ର ବିଜେଡି ସଭାପତି ରାକେଶ ରଞ୍ଜନ ଦାସ,ପୂର୍ବତନ କାଉନସିଲର ଦୁର୍ଗା ମାଧବ ପାଣିଗ୍ରାହୀ,ଗ୍ରାସୀମ ଶ୍ରମିକ ସଂଗଠନ ନେତା ଅନୁପ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ l ଯୁବ ଗୋଷ୍ଠୀ ତଥା ମିଟୁ ପ୍ରଧାନ ସ୍ବେଛାସେବୀ ସଂଗଠନ ପକ୍ଷରୁ ଏହି ରକ୍ତଦାନ ପ୍ରଥମ ଥର ହୋଇଥିଲେ ମଧ୍ୟ ରେକର୍ଡ ସଂଖ୍ୟକ 243 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଏହାକୁ ମିଟୁ ପ୍ରଧାନ, ଶିବାନନ୍ଦ ପଲାଇ, ନଳିନୀକାନ୍ତ ଦାସ, କାଁହୁ, ଅମନ, କାଳିଆଙ୍କ ସମେତ ଅନ୍ୟମାନେ ସହଯୋଗ ପରିଚାଳନା କରିଥିଲେ l ବ୍ରହ୍ମପୁର ବଡ଼ ମେଡିକାଲ ରକ୍ତ ଭଣ୍ଡାର କର୍ମକର୍ତା ଶିବିରରେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ