ସ୍ୱାବଲମ୍ବୀ ପାଇଁ ଭିନ୍ନ ଏକ ପ୍ରୟାସଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ମାପ ଓ ଓଜନ ଯନ୍ତ୍ର ପ୍ରଦାନ

ଭୁବନେଶ୍ୱର-: ଦିବ୍ୟାଙ୍ଗ ଜନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ଓ ସେମାନଙ୍କ ଅଧିକାର ସମ୍ପର୍କରେ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଏକ
ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଚ୍ଛନ୍ଦ ଟ୍ରଷ୍ଟ ଅଫ୍ ୱେଲ୍ଫେୟାର, ସଲାମ୍ ଜୀବନ ଓ ନିଖିଳ ଓଡ଼ିଶା ଦୃଷ୍ଟିହୀନ ଛାତ୍ର ସଂଗଠନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ, ସମ୍ମାନିତ ଅତିଥି ରୂପେ ଶାନ୍ତିଧାମ ଫାଉଣ୍ଡେସନର ଚେୟାରମ୍ୟାନ ସୌଭାଗ୍ୟ ରାଉତରାୟ, ଜାତୀୟ ଦୃଷ୍ଟିବାଧିତ ଅନୁଷ୍ଠାନ ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଅଜୟ କୁମାର ସାମଲ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ନ୍ୟାସୀ ବେହେରା, ଜନଗଣନା କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ପ୍ରଭାକର ବରଦ, ହାସ୍ୟ ଅଭିନେତା ରୁଷି ପଟ୍ଟନାୟକ ପ୍ରମୁଖ ଉତ୍ସବରେ ଯୋଗ ଦେଇଥିଲେ । ଓଡ଼ିଶାର ପ୍ରଥମ ଦୃଷ୍ଟିବାଧିତ ସାମ୍ବାଦିକ ସର୍ବେଶ୍ୱର ବର୍ଦ୍ଧନ ଏବଂ ମୋ ବସ୍ କମ୍ପାନୀଙ୍କୁ ‘ଦିବ୍ୟାଙ୍ଗ ବନ୍ଧୁ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ୬ଜଣ ଦୃଷ୍ଟିବାଧିତଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ଓଜନ ଓ ମାପ ଯନ୍ତ୍ର ସହ ୫ ଜଣ ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଚ୍ଛନ୍ଦ ଟ୍ରଷ୍ଟ ଅଫ୍ ୱେଲଫେୟାରର ଅଧ୍ୟକ୍ଷ ପ୍ରକାଶ କୁମାର ମହାପାତ୍ର, ସାମାଜିକ କର୍ମୀ ତ୍ରିଲୋଚନ ବେଉରା, ଜିତେନ୍ଦ୍ର ରାଉତରାୟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ