ସିନେ ଷ୍ଟାର ଅନୁଭବ ମହାନ୍ତି ବର୍ଷାଙ୍କୁ ଭରଣପୋଷଣ ପାଇଁ କୌଣସି ଟଙ୍କା ଦେବେ ନାହିଁ ବୋଲି କୋର୍ଟ ରାୟ ପ୍ରକାଶ

ଭୁବନେଶ୍ୱର(ସମୀର ରଞ୍ଜନ ନାୟକ) : ଘରୋଇ ହିଂସା ଅଭିଯୋଗ ମାମଲାରୁ ମୁକ୍ତ ହେଲେ ସିନେ ଷ୍ଟାର ଅନୁଭବ ମହାନ୍ତି । ଅନୁଭବଙ୍କ ବିରୁଦ୍ଧରେ ତାଙ୍କ ପୂର୍ବ ପତ୍ନୀ ବର୍ଷା, ଘରୋଇ ହିଂସା ସମେତ ଅନ୍ୟ ଯେଉଁ ସବୁ ଅଭିଯୋଗ ଆଣି ଅଦାଲତଙ୍କ ଦ୍ୱାରସ୍ତ ହୋଇଥିଲେ ତାହା ଖାରଜ ହୋଇଛି । ଯେହେତୁ ମାମଲା ଯୋଗ୍ୟ ପ୍ରମାଣ କୋର୍ଟରେ ଦାଖଲ କରାଯାଇପାରିଲା ନାହିଁ, ତେଣୁ ବର୍ଷାଙ୍କୁ କ୍ଷତି ପୂରଣ ଅବା ଭରଣପୋଷଣ ଲାଗି ଅନୁଭବଙ୍କୁ କିଛି ଦେବାକୁ ହେବ ନାହିଁ ବୋଲି ଜେଏମ୍‌ଏଫ୍‌ସି କୋର୍ଟ କଟକ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତିଦୁହିଁଙ୍କର ଛାଡ଼ପତ୍ର ହୋଇସାରିଥିବାବେଳେ, ଅନୁଭବ ମଧ୍ୟ ଦ୍ବିତୀୟ ବିବାହ କରିସାରିଛନ୍ତି । ହେଲେ ୨୦୨୦ ମସିହାରେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ ବର୍ଷା ପ୍ରିୟଦର୍ଶିନୀ । ଏନେଇ ଏକ ମାମଲା କଟକ ଜେଏମଏଫ୍‌ସି କୋର୍ଟରେ ରୁଜୁ କରାଇଥିଲେ । ଏଥିରେ ସେ ନିଜର ସୁରକ୍ଷା ଓ ଭରଣପୋଷଣ ଦାବି କରିଥିଲେ । ତେବେ ମାମଲାର ଶୁଣାଣି ପୂର୍ବରୁ କୋର୍ଟ ପାରିବାରିକ ହିଂସାର କୌଣସି ପ୍ରମାଣପତ୍ର ପାଇ ପାରି ନାହାନ୍ତି । ଫଳରେ ଅନୁଭବଙ୍କ ସହ ତାଙ୍କ ପୁରା ପରିବାରକୁ ଆଶ୍ୱସ୍ତି ମିଳିଛି । ତେଣୁ ବର୍ଷାଙ୍କୁ ଭରଣପୋଷଣ ପାଇଁ ଅନୁଭବ ‌କୌଣସି ଟଙ୍କା ଦେବେ ନାହିଁ ବୋଲି କୋର୍ଟ ରାୟ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ