ହଦଗଡ଼ ସ୍ଥିତ ପି.ଏମ. ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଆଲୁମିନ ଛାତ୍ରଛାତ୍ରୀଙ୍କ ସିଲିଭର ଜୁବୁଲି
ହାଟଡିହି, (ବିକାଶ ବିଶ୍ୱାଳ):ହଦଗଡ଼ ସ୍ଥିତ ପି.ଏମ. ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଆଲୁମିନ ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ସିଲିଭର ଜୁବୁଲି ଉତ୍ସବ ‘ସମ୍ପର୍କ’ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷ ପି ମଣିକଣ୍ଡନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଆନନ୍ଦପୁର ଉପଜିଲ୍ଲାପାଳ ଫାଲଗୁନୀ ମାଝୀ, ଜିଏସଟି କମିଶନର ସୁଶାନ୍ତ ମିଶ୍ର ପ୍ରମୁଖ ଯୋଗଦେଇ ସଂସ୍କାର ହିଁ ମଣିଷକୁ ପ୍ରତିଷ୍ଠିତ କରାଇଥାଏ, ସଂସ୍କାର ନ ଥିଲେ ଶିକ୍ଷାର କିଛି ମାନେ ନଥାଏ ବୋଲି ମତବ୍ୟକ୍ତ କରିଥିଲେ। ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ବିଦ୍ୟାଳୟ ପ୍ରତି ଥିବା ସମ୍ପର୍କ ଓ ଭଲ ପାଇବା ଉପରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀ ମାନେ ସେତେବେଳର ସ୍କୁଲ ପଢ଼ିବାର ଅନୁଭୂତି ଓ ପଢା ସମାପ୍ତ ପରେ କିପରି ସେମାନେ ସଫଳତା ଅର୍ଜନ କରିଛନ୍ତି ସେ ସମ୍ପର୍କରେ ବର୍ତ୍ତମାନର ଛାତ୍ରଛାତ୍ରୀ ମାନଙ୍କୁ ଶୁଣାଇଥିଲେ। ମାୟାଧର ହେମ୍ରମ, ପ୍ରତିଭା ନାୟକ, ସଞ୍ଜୟ ଗିରି ମଞ୍ଚ ସଂଯୋଜନା କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପୁରାତନ ଛାତ୍ର ସତ୍ୟ ସୁତାରଙ୍କ ପକ୍ଷରୁ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଅନିଲ ସିଂ, ମୃତ୍ୟୁଞ୍ଜୟ ସେଠୀ, ମାୟାଧର ହେମ୍ରମ, ଶେଷଦେବ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସତ୍ୟାନନ୍ଦ ପାତ୍ର, ରଶ୍ମିରଞ୍ଜନ ଦାସ , ଜାନକୀ ଜଙ୍କ, ସାରଦା ରାଣୀ ସାହୁ, ସତ୍ୟ ଶିବରାମ ପୂର୍ତ୍ତି, ଇତିଶ୍ରୀ ଦାଶ, ମନୋଜ ମଞ୍ଜରୀ ସାହୁ, ପ୍ରତିଭା ପ୍ରିୟଦର୍ଶିନୀ ନାୟକ, ଝରଣା ନାୟକ, ଶଶୀଭୂଷଣ ନାୟକ, ପ୍ରତିଭା ରାଉତ, ଜିତେନ୍ଦ୍ର ସୋରେନ, ବନ୍ଦନା ମହାନ୍ତି, ଧବଳେଶ୍ଵର ପାତ୍ର, ସମେତ ଶତାଧିକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।