ହିଲପାଟଣା ଗଣେଶ ମନ୍ଦିରରେ ଚାତୃର୍ଥ ପୂଜା ପାଇଁ ବେପକ ପ୍ରସ୍ତୁତି
ବ୍ରହ୍ମପୁର, (ଭଗବାନ ପଣ୍ଡା ): ରେଶମ ନଗର ବ୍ରହ୍ମପୁର ହିଲପାଟଣା ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ସିଦ୍ଧ ବିନାୟକ ମନ୍ଦିରରେ ବିନାୟକ ଚାତୃର୍ଥ ପାଇଁ ମନ୍ଦିର କମିଟି ତରଫରୁ ବେପକ ପ୍ରସ୍ତୁତି କରାଯାଇଛି, 6ତାରିଖ ଶୁକ୍ରବାର ଦିନ ମଣ୍ଡଳ କରଣ କରାଯାଇଥିବାବେଳେ ଶନିବାରଦିନ ପ୍ରାତଃ ତିନିଘଣ୍ଟ ପଚିଶି ମିନିଟ ଠାରୁ ଚାରିଘଣ୍ଟ ତେର ମିନଟ ପର୍ଯ୍ୟନ୍ତ ମହାସ୍ନାନ କାର୍ଯ୍ୟକ୍ରମ ରହିଛି, ଏହାପରେ ପ୍ରାତଃ ପାଞ୍ଚ ଘଣ୍ଟ ତିରିଶି ମିନଟରେ ମଙ୍ଗଳ ଆରତୀ ପରେ ଆଦିଗଣେଶ ବିଜେ କରାଯିବ ସକାଳ ସାତଟା ପଚିଶିରୁ ଆଠଟା ପନ୍ଦର ପର୍ଯ୍ୟନ୍ତ ଏହାପରେ ଦିବା ବାରଘଣ୍ଟ ଅନଚାସ ମିନିଟ ଠାରୁ ମଧ୍ୟାହ୍ନ ଦୁଇ ଘଣ୍ଟ ପନ୍ଦର ମିନିଟ ପର୍ଯ୍ୟନ୍ତ ପୁଷ୍ପାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ରହିଛି, ପରେ ସନ୍ଧ୍ୟାରେ ଏକସହ ଆଠ ଆଳତି ନ ଘଣ୍ଟ ସମୟରେ କରାଯିବ, ରବିବାର ସକାଳ ନ ଘଣ୍ଟ ଠାରୁ ଯଜ୍ଞ କର୍ମାରମ୍ଭ ହେବାପରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଦିବା ଏଗାରଟା ପଇଁତିରିଶି ଠାରୁ ଦୁଇଟା ପାଇଁତିରିଶି ପର୍ଯ୍ୟନ୍ତ ରହିଛି, ପରେ ସନ୍ଧ୍ୟାରେ ଠାକୁରଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମ ରହିଛି, ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ପୁଲିସ, ପ୍ରଶାସନ ଓ ମନ୍ଦିର କମିଟି ଦ୍ୱାରା ସମସ୍ତ ବନ୍ଦବସ୍ତ କରାଯାଇଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି