ୟଙ୍ଗ୍ ଏଷ୍ଟୋନୋମର ଟାଲେଣ୍ଟ ସର୍ଚ୍ଚ ୨୦୨୪-୨୫

କୋରାପୁଟ,(ହେମନ୍ତ ପାଣିଗ୍ରାହୀ): ଟାଟା ଷ୍ଟିଲ୍ ଏବଂ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ବିଭାଗ ଓଡ଼ିଶା ସରକାର ମିଳିତ ସହଯୋଗରେ ଆୟୋଜିତ ୟଙ୍ଗ୍ ଏଷ୍ଟୋନୋମର ଟାଲେଣ୍ଟ ସର୍ଚ୍ଚ ୨୦୨୪-୨୫ ପଠାଣି ସାମନ୍ତ ପ୍ଲାନୋଟୋରିୟମ୍ ଭୁବନେଶ୍ଵର ଠାରେ ତା ୧୨ /୧୨/୨୪ ଠାରୁ ତା ୧୩/୧୨/୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥଲା।ଗ୍ରାଣ୍ଟ ଫାଇନାଲ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ବିଦ୍ୟାଳୟ ବୋରିଗୁମ୍ମାର ଲିଖିଲ୍ ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରି ମୁଖ୍ୟମନ୍ତ୍ରୀ ଶ୍ରୀ ମହୋନ ଚରଣ ମାଝି ଏବଂ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥଲେ।ଏହି ପ୍ରତିଯୋଗିତାରେ ପ୍ରତି ଜିଲ୍ଲାରୁ ଶ୍ରେଷ୍ଠ ୨ ଜଣ ଖେଳାଳି ଭାବେ ଓଡ଼ିଶାରୁ ସମୁଦାୟ ୬୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେଠାରେ ବିଜ୍ଞାନ ଶିକ୍ଷକ ଶ୍ରୀ ଗୌରୀ ଶଙ୍କର ସାମନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚନ୍ଦ୍ରକୁ ଭାରତୀୟ ମାନବ ମହାକାଶଯାନ ପ୍ରସଙ୍ଗରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ସେଠାରେ ସେ ଉଚ୍ଚ ପ୍ରଂଶସିତ ହେଇ ଇସ୍ରୋ ଯିବା ପାଇଁ ମନୋନୀତ ହୋଇଛନ୍ତି।ଉକ୍ତ ପ୍ରତିଯୋଗିତାରେ ଉନ୍ନୟନ କମିଶନର ଶ୍ରୀମତି ଅନୁ ଗର୍ଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କମିଶନର ଶ୍ରୀମତି ଚିତ୍ରା ଅରୁମୁଗମ୍ ଓ ଉପ ସଭାପତି ଶ୍ରୀ ରାଜିବ୍ କୁମାର ଟାଟା ଷ୍ଟିଲ ପକ୍ଷରୁ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ