୧୧ ତାରିଖରେ ନିଲମ୍ ଜିଙ୍କ ପୁଣ୍ୟ ତିଥି ପାଇଁ ପ୍ରସ୍ତୁତି
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ପ୍ରଜାପିତା ବ୍ରହ୍ମାକୁମାରି ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ପୂର୍ବତନ ସଂଚାଳିକ ବି କେ ନୀଲମ ଜୀଙ୍କ ପ୍ରଥମ ପୁଣ୍ୟ ତିଥି ପାଳନ ହେବାକୁ ଯାଉଛି। ଏଥିପାଇଁ ଆସନ୍ତା ୯ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅୟୋଜନ କରାଯିବ। ଏ ସଂପର୍କରେ ବିଶ୍ଵବିଦ୍ୟାଳୟର ମୁଖ୍ୟ ସଂଚାଳିକା ବି କେ ନମିତା ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ପ୍ରଦାନ କରିଥିଲେ। ୯ ତାରିଖ ଦିନ ସକାଳ ୮ ଘଣ୍ଟା ରେ ଏକ ମିନି ମାରାଥନ୍ ଦୌଡ ଅନୁଷ୍ଠିତ ହେବ। ସକାଳ ୯ଟା ରେ ୟୁଥ୍ ସେମିନାର, ୧୦ ଟା ରେ ଅଖଣ୍ଡ ଶିବ ସ୍ତୃତି, ଯୋଗ ଓ ତପସ୍ୟା ଏଵଂ ସଂଧ୍ୟା ସମୟରେ ବରିଷ୍ଠ ନାଗରିକଙ୍କ ପାଇଁ ସୁସ୍ଥତା ସମ୍ପର୍କିତ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୧୦ ତାରିଖରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷଣ ଶିବିର, ସଂଧ୍ୟା ସମୟରେ ସଦାଶିବ ପାର୍କ ଠାରୁ ଶାନ୍ତି ଦୂତ୍ କ୍ୟାଣ୍ଡଲ ରେଲି ଅନୁଷ୍ଠିତ ହେବ। ୧୧ ତାରିଖ ଦିନ ବୃକ୍ଷ ରୋପଣ, ରକ୍ତଦାନ ଶିବିର, ସ୍ମୃତି ଚାରଣ ସଭା, ନିଶା ମୁକ୍ତି ଅଭିଯାନ ଶୁଭାରମ୍ଭ ଏଵଂ ଅପରାହ୍ନରେ ଅନାଥ ଆଶ୍ରମ ରେ ବସ୍ତ୍ର ଦାନ କାର୍ଯକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ୬ଟି ଜିଲ୍ଲାର ବ୍ରହ୍ମ କୁମାର ଏବଂ କୁମାରୀ ମାନଙ୍କ ସମେତ ମାଉଣ୍ଟାବୁରୁ ଅତିଥି ମାନେ ଉପସ୍ଥିତ ରହିବେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ବି କେ ରାକ୍ଷୀ, ବି କେ ଗୀତା, ସର୍ବେଶ୍ଵର ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।