୧୭ ବର୍ଷରୁ କମ ରାଜ୍ୟ ସ୍ତରୀୟ ବାଳିକା ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ ନୀଳଗିରିର ଚାରି ଛାତ୍ରୀ ମନୋନୀତ

ନୀଳଗିରି,(ୱାଏନଏସ):ଶିକ୍ଷାର ବିକାଶ ସହିତ ଶାରିରୀକ ଓ ମାନସିକ ସ୍ତର ସହିତ ବୌଦ୍ଧିକ ବିକାଶ ପାଇଁ, ରାଜ୍ୟ ତଥା କେନ୍ଦ୍ର ସରକାର ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି।ଏଥି ସହିତ ଆଦିବାସୀ ଅନୁନ୍ନତ ଗରୀବ ପିଲାମାନଙ୍କୁ ଶିକ୍ଷା ସହିତ କ୍ରୀଡା କ୍ଷେତ୍ରରେ ଅଧିକ କ୍ରିୟାଶୀଳ କରିବାପାଇଁ, ବ୍ଲକ ସ୍ତର ରୁ ଆରମ୍ଭ କରି, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ କ୍ରୀଡା ମାନ ଆୟୋଜନ କରାଯାଉଛି। ଉକ୍ତ କ୍ଷେତ୍ର ରେ କୃତିତ୍ୱ ଲାଭ କରି,ରାଜ୍ୟ ତଥା ଜାତୀୟ ସ୍ତରରେ ନାମ କମାଇବା ସହିତ ଗୌରବ ଆଣୁଛନ୍ତି।ସେହି କ୍ରମ ରେ,୨୦୨୪/୨୫ ଶିକ୍ଷା ବର୍ଷ ରେ ଭଲିବଲ୍ ଚମ୍ପିୟାନ ସିପ୍ ପାଇଁ,ବାଲେଶ୍ଵର ଜିଲ୍ଲା,ନୀଳଗିରି ବ୍ଲକର ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ,ବାଲିଆଝର ର ୧୦ ଶ୍ରେଣୀ ର ୪ ଜଣ ଛାତ୍ରୀ ( ୧୭ ବର୍ଷ) ରୁ କମବାଳିକା ବର୍ଗ ରେ , ଉନ୍ନତ କ୍ରୀଡା ପ୍ରଦର୍ଶନ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା କୁମନୋନୀତ ହୋଇଛନ୍ତି। ଆସନ୍ତା ଅକ୍ଟୋବର ୬ ତାରିଖ ରୁ ୯ ତାରିଖ ପର୍ଯ୍ୟନ୍ତ, ଗଜପତି ଜିଲ୍ଳା, ପାରଳାଖେମୁଣ୍ଡି ସ୍ଥିତ ଏମ ଆର ବାଳକ ବିଦ୍ୟାଳୟ ରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ବିଦ୍ୟାଳୟ ରୁ ମନୋନୀତ ହୋଇଥିବା ଛାତ୍ରୀ ମିନତୀ ସିଂ, ଟିକିଲି ସିଂ, ଦୀପା ସିଂ ଓ ସୁଲେଖା ସିଂ ଭାଗ ନେଉ ଥିବା ବେଳେ, ଉକ୍ତ ଛାତ୍ରୀ ମାନଙ୍କ ସମସ୍ତ ଦସ୍ତାବିଜ୍ ଏବଂ ଜଣେ ଖେଳ ପ୍ରଶିକ୍ଷକ ଙ୍କୁ ବିଦ୍ୟାଳୟ କତୃପକ୍ଷ ଦାୟୀତ୍ବ ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ