୩୫୧ ୟୁନିଟ ରକ୍ତ ସଂଗ୍ରହ କରି ରେକର୍ଡ କଲା ସୋରଡା ପୁଲିସ ସର୍ବଧର୍ମ ସମନ୍ଵୟ ର ଉପସ୍ଥିତି ଦେଖିବାକୁ ମିଳିଲା
ସୋରଡା, (ରଜନୀ ମହାପାତ୍ର):ଓଡିଶା ରେ ବର୍ତମାନ ଦୀର୍ଘ ଦିନ ଧରି ଲକଡାଉନ ଘୋଷଣା ହେବାପରେ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଦେଖାଦେଇଥିଲା। ଏହା କୁ ଦ୍ରୁଷ୍ଟି ରେ ରଖି ଗଞ୍ଜାମ ପୁଲିସ ତରଫରୁ ବିଭିନ୍ନ ଥାନା ତରଫରୁ ଆୟୋଜନ କରାଯାଉଛି। ସୋରଡା ରେ ମଧ୍ୟ ଏ ନେଇ ଏକ ସ୍ଵେଛାକୃତ ମେଗା ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି। ଏହି ରକ୍ତଦାନ ଶିବିର ରେ ସର୍ବଧର୍ମ ସମନ୍ଵୟ ଦେଖିବାକୁ ମିଳିଥିଲା। ଏପରିକି ପୂଜା ସ୍ଥାନରେ ସବକା ମାଲିକ ଏକ ହେ ର ଏକ ଫ୍ଲେକ୍ସ ଟଙ୍ଗା ହେଇଥିଲା ଯାହା ସମସ୍ତଙ୍କୁ ବେସ ଆକର୍ଷିତ କରିଥିଲା। ଏହି ରକ୍ତ ଦାନ ଶିବିର ରେ ଶତାଧିକ ଲୋକ ରକ୍ତ ଦାନ ପାଇଁ ଧାଡି ବାନ୍ଧିଥିଲେ। ପରିଣାମ ପୂର୍ବାହ୍ନ ୮ ଘଣ୍ଟା ୪୫ ମିନଟ ରେ ଏହି ରକ୍ତଦାନ ଆରମ୍ଭ ହେଇ ସନ୍ଧ୍ୟା ୬ ଘଣ୍ଟା ୪୫ ମିନଟ ଯାଏଁ ଚାଲୁରହିଥିଲା। ଶିବିର ରେ ୩୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଗଞ୍ଜାମ ଜିଲା ରେ ରେକର୍ଡ କରିଛି ସୋରଡା ପୁଲିସ। ପ୍ରଥମ ଥର ପାଇଁ ଏହି ଶିବିର ର ସମସ୍ତ ରକ୍ତଦାତା ଙ୍କୁ ନିଉଇଣ୍ଡିଆ ଇନଶୋରେନ୍ସ ତରଫରୁ ଏକ ଲକ୍ଷ ଟଙ୍କା ର ଏକ ବର୍ଷ ଅବଧି ର ଦୁର୍ଘଟଣା ଜନିତ ବୀମା ପ୍ରଦାନ କରଯାଇଥିଲା। ସବୁ ଧର୍ମ ର ଲୋକ ଏକାଠି ହେଇ ଏଠାରେ ରକ୍ତଦାନ କ କରିଥିବା ଦେଖିବାକୁ ମିଳିଥିଲା। ଗଞ୍ଜାମ ଜିଲା ର ଉଚ ଅଧିକାରୀ ମାନେ ଏଠାରେ ଉପାସ୍ଥିତ ଥିଲେ। ସୋରଡା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଙ୍କ ପ୍ରତକ୍ଷ ତତ୍ବାବଧାନ ରେ ଆୟୋଜିତ ଏହି ଶିବିର କୁ ଆସିକା ସାଂସଦ ପ୍ରମିଳା ବିଶୋୟୀ ଉଦ୍ଘାଟନ କରିଥିବା ବେଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ, ଏସ॰ପି ବ୍ରିଜେଶ କୁମାର ରାୟ, ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ, ଆସିକା ଏସ ଡି ପି ଓ ସୁର୍ଜ୍ୟମଣି ପ୍ରଧାନ, ଥାନାଧିକାରୀ ପ୍ରଭାତ ସାହୁ, ପ୍ରତାପ ଚନ୍ଦ୍ର ତ୍ରିପାଠୀ ଙ୍କ ସମେତ ସୋରଡା ତହସିଲଦାର ରବୀନ୍ଦ୍ର ମିଶ୍ର, ମେଡିକାଲ ଅଫିସର ଡାକ୍ତର ସନ୍ତୋଷ ପଣ୍ଡା,ଡାକ୍ତର ଦିଲୀପ ନାୟକ, ସମାଳିନୀ ମିଶ୍ର, ଅଜିତ ପାଣିଗ୍ରାହୀ, ସୋରଡା ବଞ୍ଚଳ ଅଧିକାରୀ ଲମ୍ବୋଦର ବାସ୍କେ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଆମ ପୁଲିସ ସମେତ ଋଷିକୁଲ୍ୟ କ୍ରିକେଟ କ୍ଲବ,ସତ୍ୟସାଇ ସେବା ଗ୍ରୁପ ଓ ସ୍ସ୍ଵେଛାସେବୀ ଅନୁଷ୍ଠାନ ଶିବିର ପରିଚାଳନା କରିଥିଲେ। ଭଞ୍ଜନଗର ରକ୍ତ ଭଣ୍ଡାର ର ୧୦ ଜଣ ଏଥିରେ ଯୋଗ ଦେଇ ରକ୍ତ ସଂଗ୍ରହ କରିଥିଲେ। ଥାନା ଅଧିକାରୀ ରମେଶ ପ୍ରଧାନ ରକ୍ତ ଦାନ ଶିବିର କୁ ରକ୍ତ ଦେବା ସହ ସୁରୁଖୁରୁରେ ସମ୍ପାଦନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।