ଅଂଶୁଘାତରେ ପ୍ରଦୀପ ନାୟକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ
ଦାରିଙ୍ଗବାଡି (ଯୁଗାବ୍ଦ ନ୍ୟୁଜ): କୁଲା ତିଆରି କରିବା ପାଇଁ ବାଉଁଶ ଚିରୁଥିବା ସମୟରେ ଗତ କାଲି ଜଣଙ୍କର ଅଂଶୁଘାତ ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସେ ହେଲେ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ମ୍ଳୁକଚେରୀ ଗ୍ରାମର ପ୍ରଦୀପ ନାୟକ (୪୮) ।ସୂଚନା ଅନୁଯାୟୀ ଗତ କାଲି ଅପରାହ୍ନ ପ୍ରାୟ ୨ ଟା ସମୟରେ ପ୍ରଦୀପ ନିଜ ଘର ସମ୍ମୁଖରେ କୁଲା ତିଆରି କରିବା ପାଇଁ ବାଉଁସ ଚିରୁଥିବା ବେଳେ ହଟାତ ତଳେ ପଡିଯାଇଥିଲେ।ଏହା ଦେଖି ପରିବାର ଲୋକ ପ୍ରଦୀପଙ୍କୁ ଘରକୁ ନେଇଯାଇଥିଲେ।ହେଲେ ସଙ୍ଗେ ସଙ୍ଗେ ପ୍ରଦୀପଙ୍କ ଦେହରୁ ଗଦ ଗଦ ହୋଇ ଝାଳ ବାହାରିବା ସହ ମୁଣ୍ଡ ଜଳାପୋଡା ହେଲା।ଏହା ଦେଖି ପରିବାର ଲୋକ ପ୍ରଦୀପଙ୍କୁ ଦାରିଙ୍ଗବାଡି ମେଡିକାଲକୁ ନେଇଯାଇଥିଲେ।ହେଲେ ମେଡିକାଲରେ ପହଞ୍ଚିଲା ପରେ ଡ଼ାକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ ଆଉ ପରବର୍ତ୍ତୀ ସମୟରେ ପରିବାର ଲୋକ ଅଶିକ୍ଷିତ ହୋଇଥିବାରୁ ଶବ ବ୍ୟବଛେଦ ନକରାଇ ଶବଟିକୁ ନେଇ ଘରକୁ ଚାଲିଯାଇଲେ। ପ୍ରଦୀପଙ୍କ ମୃତ୍ୟୁ ବରଣ ପରେ ଏବେ ଚିନ୍ତାରେ ତାଙ୍କ ପରିବାର।ପରିବାର କହିଲେ ୩ ଝିଅ ଓ ଗୋଟିଏ ପୁଅ ଓ ସ୍ତ୍ରୀ। ପ୍ରଦୀପ ତାଙ୍କ କୁଳ ବ୍ୟବସାୟ କରି ବାଉଁସ ରୁ କୁଲା, ଝୁଡ଼ି ଆଦି ବିଭିନ୍ନ ଜିନିଷ ପତ୍ର ତିଆରି କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ।କିନ୍ତୁ ପ୍ରଦୀପଙ୍କ ମୃତ୍ୟୁ ପରେ ଏବେ ପରିବାରଟି ସମ୍ପୂର୍ଣ୍ଣ ଅସହାୟ ହୋଇଯାଇଛି।