ଅକ୍ଟୋବର ୧୩ରୁ ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ତାଲିମ ଶିବିର

ବାଲେଶ୍ୱର,(ଓ୍ବାଇଏନ୍ଏସ୍): ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ପ୍ରଥମ ପର୍ଯ୍ୟାୟ ତାଲିମ ଅକ୍ଟୋବର ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଅକ୍ଟୋବର ୧୯ ଓ ୨୦ ତାରିଖରେ ଅନୁଷ୍ଠିତ ହେବ । ବାଲେଶ୍ୱର ଜିଲ୍ଲା ସ୍କୁଲରେ ହେବାକୁ ଥିବା ଏହି ତାଲିମରେ ପ୍ରିଜାଇଡିଂ ଅଫିସର ଏବଂ ପ୍ରଥମ ପୋଲିଂ ଅଫିସରମାନେ ଭାଗ ନେବେ । ଜିଲ୍ଲା ସ୍କୁଲର ୧୬ଟି କକ୍ଷରେ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ ଅକ୍ଟୋବର ୧୩ତାରିଖ ଦିନ ୫୧୯ଜଣ ଓ ୧୪ତାରିଖ ଦିନ ୫୧୯ଜଣ ପ୍ରିଜାଇଡିଂ ଅଫିସର ଓ ଫାଷ୍ଟ ପୋଲିଂ ଅଫିସରଙ୍କୁ ତାଲିମ ଦିଆଯିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ତାଲିମରେ ଅକ୍ଟୋବର ୧୯ ତାରିଖ ଦିନ ୫୧୯ଜଣ ଓ ୨୦ ତାରିଖ ଦିନ ୫୧୯ଜଣଙ୍କୁ ପ୍ରିଜାଇଡିଂ ଅଫିସର ଓ ପ୍ରଥମ ପୋଲିଂ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯିବ । ୩୨ଜଣ ଜିଲ୍ଲା୍‌ସ୍ତରୀୟ ମାଷ୍ଟର ଟ୍ରେନର ଓ ବିଧାନସଭା ନିର୍ବାଚନମଣ୍ଡଳୀସ୍ତରୀୟ ମାଷ୍ଟର ଟ୍ରେନରଙ୍କ ସମେତ ୩୨ଜଣ ସେକ୍ଟର ଅଫିସର ଏହି ପ୍ରଶିକ୍ଷଣ ପ୍ରଦାନ କରିବେ । କୋଭିଡ ନିୟମର ଅନୁପାଳନ ପୂର୍ବକ ସମସ୍ତଙ୍କୁ ତାଲିମ ଦେବା ବ୍ୟବସ୍ଥା କରାଯାଇଛି । ସମସ୍ତ ପୋଲିଂ କର୍ମଚାରୀମାନଙ୍କ ପାଇଁ ଏହି ତାଲିମ ବାଧ୍ୟତାମୂଳକ କରାଯାଇଛି । ଯିଏ ଏହି ତାଲିମ ଶିବିରରେ ଅନୁପସ୍ଥିତ ରହିବେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ