ଅଖିଳ ଭାରତ କୃଷକ ସଭାର ସର୍ବ ଭାରତୀୟ ସମ୍ପାଦକ ତଥା ମହାନ କୃଷକ ନେତା ଅତୁଲ କୁମାର ଅଞ୍ଜନଙ୍କ ବିୟୋଗରେ ସ୍ମୃତି ସଭା ଓ ଆଲୋଚନା ଚକ୍ର
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଅଖିଳ ଭାରତ କୃଷକ ସଭାର ସର୍ବ ଭାରତୀୟ ସମ୍ପାଦକ ତଥା ମହାନ କୃଷକ ନେତା ଅତୁଲ କୁମାର ଅଞ୍ଜନ ଙ୍କ ବିୟୋଗରେ ଏକ ସ୍ମୃତି ସଭା ଓ ଆଲୋଚନା ଚକ୍ର ସ୍ଥାନୀୟ ଲକ୍ଷ୍ମଣ ଭଵନ ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି l ଅଖିଳ ଭାରତ କୃଷକ ସଭା ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ ସଭାର ଜିଲ୍ଲା ସଭାପତି ଶ୍ରୀ ହର୍ଷ ରଥଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ଅତୁଲ କୁମାର ଅଞ୍ଜନ ଙ୍କ ତୈଳ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ତାଙ୍କ ସ୍ମୃତି ଚାରଣ କରାଯିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ଏହି ଅବସରରେ ସ୍ୱାମୀନାଥନ କମିଶନର ଙ୍କ ସୁପାରିଶରେ ଫସଲ ର ସର୍ବ ନିମ୍ନ ସହାୟକ ମୂଲ୍ୟ ଓ ଏହାର ଆଇନ ଗତ ଗ୍ୟାରେଣ୍ଟି ଵିଷୟରେ ଆଲୋଚନା କରାଯାଇଥିଲା l ଆଗାମୀ ଦିନରେ ସାରା ଗଞ୍ଜାମ ଜିଲ୍ଲାରେ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ତଥା ଜଳ ସେଚନ, ସାର, ବିହନ ଏବଂ ଫସଲର ଉଚିତ ମୂଲ୍ୟ ଦାବି ନେଇ ମିଳିତ ସଂଯୁକ୍ତ କିସାନ ମୋର୍ଚା ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ଏକ ବିରାଟ ଚାଷୀ ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା l ଏହି ଆଲୋଚନା ଚକ୍ରରେ ଏଆଇକେଏସ ର ଜିଲ୍ଲା ସମ୍ପାଦକ ରାଜୀବ ଲୋଚନ ପଣ୍ଡା, ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ନୀଳକଣ୍ଠ ଦାଶ, କାର୍ଯ୍ୟକାରୀ ସଭାପତି ରଙ୍କନାଥ ସ୍ୱାଇଁ, ଓଡିଶା କୃଷକ ସଭାର ଗଞ୍ଜାମ ଜିଲ୍ଲା ସଭାପତି ପି. ହରିକୃଷ୍ଣ ରେଡ୍ଡୀ, ସମ୍ପାଦକ ଅଜୟ ଗୌଡ଼, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ନେତ୍ରୀ ପି. ପାର୍ବତୀ,ଏ ଆଇ କେ କେ ଏମ ଏସର ନେତା ନିମାଇଁ ଚରଣ ସାହୁ, ଗଞ୍ଜାମ ଜିଲ୍ଲା ସିପିଆଇ ସମ୍ପାଦକ ପ୍ରକାଶ ଚରଣ ପାତ୍ର, ଶରତ ପଟ୍ଟନାୟକ, ବିଦେଶୀ ନାହାକ, ଲକ୍ଷ୍ମୀ ପାଣିଗ୍ରାହୀ, ସି. ଏଚ, ଜନାର୍ଦନ ରେଡ୍ଡୀ, ଡ଼ି. ଆଦି ନାରାୟଣ ରେଡ୍ଡୀ, ଗୋପାଳ ଭୂୟାଁଙ୍କ ସମେତ ବହୁ କୃଷକ ନେତା ମାନେ ଯୋଗ ଦେଇ ଆଲୋଚନା ଚକ୍ର ରେ ଭାଗ ନେଇଥିଲେ l