ପାରଳା ପୌର ପରିଷଦର ସାଧାରଣ ବୈଠକ

 ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ପୌରା ପରିଷଦ ସାଧାରଣ ବୈଠକ ଆଜି ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଆଜିର ଏହି ବୈଠକରେ ବିଭିନ୍ନ ସମସ୍ୟାର ସମାଧାନ ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରାଯାଇଥିଲା. ବହୁ ପୁରାତନ ପାରଳାଖେମୁଣ୍ଡି ପୌର ପରିଷଦ ଯେତିକି ବିକାଶ ହେବା କଥା ସେଇ ପରିମାଣରେ ହୋଇନାହିଁ ବୋଲି ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ମତବ୍ୟକ୍ତ କରି ବିଭିନ୍ନ ସମସ୍ୟାର ସମାଧାନ ସହ ଏକ ବିକାଶମୁଖୀ ସହର ଭାବେ ପାରଳାଖେମୁଣ୍ଡି ସହରକୁ ପରିଗଣିତ କରିବା ପାଇଁ ଉନ୍ନତମାନର କାର୍ଯ୍ୟ କରିବା ପାଇଁ ପରିଷଦର ସମସ୍ତ ସଭ୍ୟସଭ୍ୟା ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ପରାମଶ ଦେଇଥିଲେ. ମୁଖ୍ୟତଃ ରାସ୍ତାଘାଟ, ଡ୍ରେନେଜ ବ୍ୟବସ୍ଥା, ପିଇବା ପାଣି, ସ୍ବାସ୍ଥ୍ୟସେବା ଆଦି ନେଇ ଆଲୋଚନା ହୋଇଥିଲା. ବିଗତ ବୈଠକର ବିବରଣୀକୁ ମଧ୍ୟ ପାଠ କରାଯାଇଥିଲା. ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୌର ପରିଷଦର ଉପାଧ୍ୟକ୍ଷ ଲେଙ୍କା ମଧୁ, ସାଂସଦ ପ୍ରତିନିଧି ଆଦର୍ଶ ଦାସ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁଙ୍କ ସମେତ ପୌର ପରିଷଦର ସମସ୍ତ ସଭ୍ୟସଭ୍ୟା ଓ କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ