ଅଖିଳ ଭାରତ କୃଷକ ସଭା ପକ୍ଷରୁ ଆଲୋଚନା ସଭା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଗଣେଶ ନଗର ଠାରେ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଚାଷୀ ଆନ୍ଦୋଳନ ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ  ହୋଇଯାଇଛି। ଏହି ସଭାରେ ଭିଷ୍ମଗିରି ସମେତ  ସହଦେବ ଟିକରପଡା ଗ୍ରାମ ପଞ୍ଚାୟତ ଅଧିନ ପ୍ରତ୍ୟେକ ଗ୍ରାମରୁ ଆସିଥିବା ଚାଷୀ ପ୍ରତିନିଧି ଉପସ୍ଥିତ ଥିଲେ।  ପ୍ରକାଶ ଚନ୍ଦ୍ର ବଢ଼େଇଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଅଖିଳ ଭାରତ କୃଷକ ସଭାର ଗଞ୍ଜାମ ଜିଲା କାର୍ଯ୍ୟକର୍ତ୍ତା ଅଳକ ନାଥ ମିଶ୍ର , ବୃନ୍ଦାବନ ପଣ୍ଡା,  ଏଲମାଞ୍ଚି. ନାରଷୁ ଯୋଗ ଦେଇ ସାମ୍ପ୍ରତିକ ରାଜନୈତିକ ସ୍ଥିତି ଓ ମରୁଡ଼ି ଜନିତ ପରିସ୍ଥିତି କାରଣରୁ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ Iପରିଶେଷରେ ଗ୍ରାମାଞ୍ଚଳ ମାନଙ୍କରେ କୃଷକ ସଙ୍ଗଠନ କୁ ଅଧିକ ସକ୍ରିୟ କରିବା ସହିତ ଭୀଷ୍ମ ଗିରି ଏବଂ ସହଦେବ ଟିକରପଡା ପଞ୍ଚାୟତ ସମେତ ସମଗ୍ର ଦିଗପହଣ୍ଡି ବ୍ଲକକୁ ମରୁଡ଼ି ଅଞ୍ଚଳ ଘୋଷଣା କରିବା ଦାବିରେ ଚଳିତ ମାସ ୧୧ ତାରିଖ  ଚାଷୀମାନଙ୍କୁ ନେଇ ଦିଗପହଣ୍ଡି ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ତହସିଲଦାରଙ୍କ ଜରିଆରେ  ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବା ନିମନ୍ତେ ସଭାରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା।ସେହିଭଳି ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ସହିତ କୃଷକ ସଙ୍ଗଠନ କୁ ଅଧିକ ସଙ୍ଗଠିତ କରିବା ଲକ୍ଷ୍ୟ ନେଇ ଆସନ୍ତା ୮ ତାରିଖ ରେ ପ୍ରତି ଗ୍ରାମରେ ପଦଯାତ୍ରା କରାଯାଇ  ୧୦ ତାରିଖ  ଅପରାହ୍ନ ରେ ସହଦେବ ଟିକରପଡା ଗ୍ରାମରେ ଏକ ସାଧାରଣ ସଭା ଅନୁଷ୍ଠିତ କରାଯିବାକୁ ସଭାରେ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଛି ।ଏହି ଆଲୋଚନା ସଭାରେ  ସିମାଞ୍ଚଳ ଗୌଡ଼, ଭାଗବତ ବେହେରା, ସୁବାସ ଚନ୍ଦ୍ର ପଣ୍ଡା, ପ୍ରକାଶ ଚନ୍ଦ୍ର ସେଠୀ, ବିପ୍ରଚରଣ ଗୌଡ଼, ଗଣେଶ ସାହୁ, ପୂର୍ଣ୍ଣଚନ୍ଦ୍ର ଗୌଡ଼, ଟୁକୁନା ଗୌଡ,ପ୍ରମୋଦ ସର୍ଦ୍ଦାର, ଡାକ ଗୌଡ,ସନାତନ ଗୌଡ, ଚୌଧୁରୀ ବଢ଼େଇ, ଯୋଗେନ୍ଦ୍ର ବଢେଇ, ନରସିଂହ ଶବର,ତାରିଣୀ ବଡପରଜା, ଶ୍ରୀମତୀ ପଙ୍କଜ ପାତ୍ର, ଯମୁନା ରଇତ ,ହେମଲତା ନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ