ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଭୋଟର ପଞ୍ଜିକରଣ ସଚେତନତା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶନିବାର ଦିଗପହଣ୍ଡି ସ୍ଥିତ ଖେମୁଣ୍ଡିି କଲେଜ ନିକଟରେ ନୂତନ ଭୋଟର ପଞ୍ଜିକରଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ। ଭାଜପା ଗଞ୍ଜାମ ଜିଲା ଯୁବ ମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଉପ ସଭାପତି ବାପି ପ୍ରଧାନ,ରାଜ୍ୟ ସମ୍ପାଦକ ତୁତୁନୁ ପାତ୍ର,ଜିଲା ସମ୍ପାଦକ ସୋମନାଥ ପାତ୍ର, ମାର୍ଥା ପ୍ରସାଦ ନାୟକ, ଭାଜପା କାର୍ଯ୍ୟକର୍ତ୍ତା ପରେଶ ଚନ୍ଦ୍ର ରଥ,ଭବାନୀ ଶଙ୍କର ପଣ୍ଡା,ମନୋଜ ମହାରଣା,ପ୍ରଶାନ୍ତ ପୂଜାରୀ,ଟୁନା ଚୌଧୁରୀ,ରଘୁନାଥ ଗୌଡ଼,କିଶୋର ସାହୁ,ଶିବାନନ୍ଦ ଦାଶ,ସାଇରାମ ପଣ୍ଡା, ସିମାଞ୍ଚଳ ସାସମଲ,ବାପୁଜୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।


