ଅଖିଳ ଭାରତ କୃଷକ ସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଅଖିଳ ଭାରତ କୃଷକସଭା ଓ କେନ୍ଦ୍ରାପଡା ଜିଲ୍ଲା କୃଷକ ମହାସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାର ଚାଷୀମାନଙ୍କ ସମସ୍ୟାକୁ ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳଙ୍କ ଜରିଆରେ ଶୁକ୍ରବାର ପୂର୍ବାହ୍ନରେ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଜିଲ୍ଲାରେ ଯେଉଁ ଚାଷୀମାନେ ଧାନ ବୀକ୍ରୟ ନିମନ୍ତେ ଟୋକନ କରି ନାହାଁନ୍ତି ସେମାନଙ୍କ ଧାନ ବିକ୍ରୟ କରିବାର ବ୍ୟବସ୍ଥା କରାଯିବା,ଜିଲ୍ଲା ସାରା ଷଣ୍ଢ ଓ ମାଙ୍କଡଙ୍କ ଉତ୍ପାତରୁ ସୁରକ୍ଷା ପ୍ରଦାନ ବ୍ୟବସ୍ଥା ଏବଂ ଜିଲ୍ଲାରେ ସରକାରୀ ଉଦ୍ୟମରେ ତୁରନ୍ତ ଶୀତଳଭଣ୍ଡାର ପ୍ରତିଷ୍ଠା ପ୍ରଭୃତି ରହିଛି । ଏହିସବୁ ଦାବି ଗୁଡିକ ତୁରନ୍ତ ସୁବିଚାର ପୂର୍ବକ ପୁରଣ କରିବାକୁ ଅଖିଳ ଭାରତ କୃଷକସଭା ପକ୍ଷରୁ ସଭାପତି ରମଣୀରଞ୍ଜନ ରାଉତରାୟ,ସମ୍ପାଦକ ସତ୍ୟନାରାୟଣ ଜେନା ଓ ଦୀପକ କୁମାର ପଟ୍ଟନାୟକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ