ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର କାଯ୍ୟକାରୀ ଅଧ୍ୟକ୍ଷ ହେଲେ ସବ୍ୟସାଚୀ ମହଲା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଦିଲ୍ଲୀ ପ୍ରଦେଶ ଓବିସି ଚେୟାରମ୍ୟାନ ଶ୍ରୀ ଜଗଦୀଶ ଯାଦବ ଓ ରାଷ୍ଟ୍ରୀୟ ମହାସଚିବ ଶ୍ରୀ ଶେଖର ଯାଦବ କେନ୍ଦ୍ରୀୟ ଟିମ୍‌ର ଅନୁମୋଦନ କ୍ରମେ ଓଡ଼ିଶାର ବିଶିଷ୍ଟ ଯାଦବ ଯୁବନେତା ଶ୍ରୀ ସବ୍ୟସାଚୀ ମହଲାଙ୍କୁ ଓଡ଼ିଶା ପ୍ରଦେଶର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଶ୍ରୀ ଜଗଦୀଶ ଯାଦବ ଏକ ପ୍ରେସ୍ ବିବୃତ୍ତିରେ ଭୁବନେଶ୍ୱରସ୍ଥିତ ହୋଟେଲ କଳିଙ୍ଗ ଅଶୋକାରେ ଏହି ନିଯୁକ୍ତି ପ୍ରଦାନ କରିବା ସହ ଶ୍ରୀ ସବ୍ୟସାଚୀ ମହଲାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ପ୍ରଦାନ କରି କହିଥିଲେ ଯେ, ଶ୍ରୀ ମହଲା ଓଡ଼ିଶାର ଯାଦବ ସଂଗଠନକୁ ମଜଭୁତ କରିବେ । ଯାଦବ ସମ୍ପ୍ରଦାୟର ଉନ୍ନତିରେ ସେ ନିଜର ସମୟ ପ୍ରଦାନ କରିବେ ଏବଂ ନିଯୁକ୍ତି ପାଇବା ପରେ ଓଡ଼ିଶାରେ ଥିବା ଯାଦବ ମାନଙ୍କର ମନରେ ଖୁସିରେ ଲହରୀ ଖେଳିଯାଇଛି । ପ୍ରକାଶଥାଉକି, ଶ୍ରୀ ମହଲା ଭଦ୍ରକ ଜିଲ୍ଲାର ବାସୁଦେବପୁର ନର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିହିଡ଼ି ବ୍ଲକର ଆରସା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଏହି ନିଯୁକ୍ତି ପରେ ଓଡ଼ିଶାରେ ଯାଦବ ତଥା ଅବହେଳିତ ଥିବା ସବୁ ସମ୍ପ୍ରଦାୟର ମଙ୍ଗଳ ପାଇଁ କାର୍ଯ୍ୟ କରିବେ ବୋଲି ଶ୍ରୀ ମହଲା ପ୍ରକାଶ କରିଛନ୍ତି । ଓଡ଼ିଶାରେ ଶିକ୍ଷା ଓ ନିଯୁକ୍ତିରେ ଓବିସିମାନଙ୍କୁ ସଂଖ୍ୟାନୁସାରେ ୫୦ ପ୍ରତିଶତ ନିଯୁକ୍ତି ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ଏହି ନିଯୁକ୍ତି ପାଇଁ ସର୍ବଭାରତୀୟ ଯାଦବ ନେତା ଚିତ୍ତରଞ୍ଜନ କଂସଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ