ଅଗଷ୍ଟ ମାସରେ ବ୍ୟାଙ୍କରେ ଜରୁରୀ କାମ ଅଛି କି ଆପଣଙ୍କର ତେବେ ଜାଣିବା ଦରକାର …
ଆଜି ଡିଜିଟାଲ ଦୁନିଆରେ ସବୁ ଅସମ୍ବବ କାର୍ଯ୍ୟ ଅନଲାଇନ ମାଧ୍ୟମରେ କ୍ଷଣିକ ମଧ୍ୟରେ ସମାଧାନ ହୋଇଯାଉଛି । ଆଉ କିଛି କାମ ପାଇଁ ଆମକୁ ବ୍ୟାଙ୍କକୁ ଦୈାଡିବାକୁ ପଡିଥାଏ । ଆଉ ଡିଜିଟାଲ ଦୁନିଆରେ ମଧ୍ୟ ବହୁତ ଲୋକ ବ୍ୟାଙ୍କ ଉପରେ ନିର୍ଭର କରିଥାନ୍ତି । ଆଉ ଅନଲାଇନରେ ଯେତେ ବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥାଏ ସେତେବେଳେ ଆମେ ସାଧାରଣତ ବ୍ୟାଙ୍କ ଉପରେ ନିର୍ଭର କରୁ । ତେଣୁ ଆପଣ ଯଦି ବ୍ୟାଙ୍କରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାମ ଅଛି ତେବେ ଆପଣ ବ୍ୟାଙ୍କ କାମ ଶେଷ କରିଦିଅନ୍ତୁ । କାରଣ ଅଗଷ୍ଟ ମାସରେ ୮ ଦିନ ବ୍ୟାଙ୍କ ବନ୍ଦ ରହିବ । ତେଣ ଗୁରୁତ୍ୱପୂଣର୍୍ କାମ ଶେଷ କରିଦିଅନ୍ତୁ ନହେଲେ ଅସୁବିଧାର ସମ୍ମୁଖିନ ହେବେ ।
ତେବେ ଆସନ୍ତୁ ଜାଣିବା ଅଗଷ୍ଟ ମାସରେ କେଉଁ ଦିନ ବ୍ୟାଙ୍କ ଛୁଟି ରହିବ :
ଅଗଷ୍ଟ ୪ତାରିଖ ଦିନ ଛୁଟି ରହିବ କାରଣ ଏହି ଦିନ ରବିବାର ପଡୁଛି ,ଓ ଅଗଷ୍ଟ ୧୦ ତାରିଖରେ ମାସର ଦ୍ୱିଦୀୟ ଶନିବାର ହେଉଥିବାରୁ ବ୍ୟାଙ୍କ ବନ୍ଦ ରହିବ । ସେହିପରି ଅଗଷ୍ଟ ୧୧ ରବିବାର ,ଅଗଷ୍ଟ ୧୨ ତାରିଖ ଦିନ ଇଦ୍ଦୁ ଜ୍ଜୁହା ଓ ଅଗଷ୍ଟ ୧୫ ତାରିଖ ଦିନ ସ୍ୱାଧିନତା ଦିବସ ଏବଂ ରକ୍ଷା ବନ୍ଧନ ପଡିବ ,ଅଗଷ୍ଟ ୧୮ ତାରିଖ ରବିବାର ,ଅଗଷ୍ଟ ୨୪ ତାରିଖ ଚତୁର୍ଥ ଶନିବାର ଓ ଅଗଷ୍ଟ ୨୫ ତାରିଖ ରବିବାର ରହିବ ତେଣୁ ଅଗଷ୍ଟ ମାସରେ ମୋଟ ୮ ଦିନ ବ୍ୟାଙ୍କ ଛୁଟି ରହିବ ତେଣୁ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ କାମ ସାରିଦିଅନ୍ତୁ ।


