ଅଗଷ୍ଟ ୯ ଭୁବନେଶ୍ୱର ମହାସମାବେଶ ପାଇଁ ଜିଲାସ୍ତରୀୟ କନବେନସନ ୨ରେ

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସରେ ରାଜ୍ୟ ସଚିବାଳୟ ସମ୍ମୁଖରେ ଆୟୋଜିତ ହେବାକୁ ଯାଉଥିବା କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଜାତୀୟ ଫେଡେରେସନଙ୍କ ମିଳିତ ବିକ୍ଷୋଭ ସମାବେଶକୁ ସଫଳ କରିବା ବାଲେଶ୍ୱରରେ ପ୍ରସ୍ତୁତି ଆରମ୍ଭ ହୋଇଛି ।ଏନେଇ ପଢ଼ୁଆଁପଦାସ୍ଥିତ ଉଠା ଜଳସେଚନ କର୍ମଚାରୀ ସଂଘର ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆବାହକ ବିଜୟ ପାତ୍ର କେନ୍ଦ୍ରଙ୍କ ସଂଶୋଧିତ ଶ୍ରମିକ ବିରୋଧୀ ଶ୍ରମ ଆଇନକୁ ସମାଲୋଚନା କରିଥିଲେ । ତେବେ ରାଜ୍ୟ ସରକାର ଏହି ଆଇନକୁ ସମର୍ଥନ ଦେଉଥିବା ବେଳେ ଏହା ବିରୋଧରେ ହେଉଥିବା ସମାବେଶକୁ ସଫଳ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । କେନ୍ଦ୍ର ସରକାରଙ୍କର ଶ୍ରମିକ ସ୍ୱାର୍ଥ ବିରୋଧୀ ୪ଟି ଶ୍ରମ କୋଡ଼କୁ ବାତିଲ କରିବା, ପ୍ରତିରକ୍ଷା ସେବା ଆଇନ ଓ ବିଦ୍ୟୁତ ସଂଶୋଧନ ଆଇନକୁ ବାତିଲ କରିବା, ସରକାରୀ ଉଦ୍ୟୋଗକୁ ଘରୋଇକରଣ ବନ୍ଦ କରିବା, ସ୍କିମ ୱାର୍କର୍ସଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ଖାଲିଥିବା ସମସ୍ତ ସରକାରୀ ପଦ ପୂରଣ କରିବା, ଠିକା ଶ୍ରମିକ ନିଯୁକ୍ତି ବନ୍ଦ କରିବା, ବେକାର ଯୁବକ ଯୁବତୀଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବା, ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା, ମନେରେଗା ଯୋଜନାରେ ଜବକାର୍ଡ଼ଧାରୀ ଶ୍ରମିକଙ୍କୁ ବର୍ଷକୁ ୨୦୦ ଦିନ କାମ ଏବଂ ଦୈନିକ ଛଅଶହ ଟଙ୍କା ମଜୁରୀ, ପୁରୁଣା ପେନସନ ଆଇନ ଲାଗୁ କରିବା, ଇପିଏଫ ପେନସନଭୋଗୀଙ୍କୁ ମାସିକ ୯ ଅହଜାର ଟଙ୍କା ଓ ମହଙ୍ଗା ଭତ୍ତା ପ୍ରଦାନ, ପ୍ରଚଳିତ ଶ୍ରମ ଆଇନକୁ କାର୍ଯ୍ୟକାରୀ କରିବା, ବନ୍ଦ କଳକାରଖାନା କାର୍ଯ୍ୟକ୍ଷମ କରିବା, କୃଷକ ମୋର୍ଚ୍ଚାର ଛଅଦଫା ଦାବି ନେଇ ଅଗଷ୍ଟ ୯ରେ ଏହି ମଳିତ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହେବ । ଏଥିରେ ବାଲେଶ୍ୱରର ବିଭିନ୍ନ ସଂଗଠନରୁ ଅଧିକ ସଂଖ୍ୟକ କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦାନ ପାଇଁ ଆଜିର ବୈଠକରେ ଉପସ୍ଥିତ ଶ୍ରମିକ ନେତାମାନେ ପ୍ରସ୍ତାବ ରଖିଥିଲେ । ଏନେଇ ଆସନ୍ତା ୨ ତାରିଖରେ ଜିଲାସ୍ତରୀୟ କନଭେନସନ ଆୟୋଜନ ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ।ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଫେଡ଼େରେସନରୁ ଶ୍ୟାମସୁନ୍ଦର ଜେନା, ସର୍ବେଶ୍ୱର ମିଶ୍ର, ଭରତ ଚନ୍ଦ୍ର ସେଠୀ, ଉମାକାନ୍ତ ଦାସ, ଶରତ ଚନ୍ଦ୍ର ଦଳାଇ, ଅରୁଣ ସ୍ୱାଇଁ, ସୁରେଶ ଚନ୍ଦ୍ର ବେହେରା ପ୍ରମୁଖଙ୍କ ସମେତ ବହୁ ଶ୍ରମିକ ନେତା ଆଜିର ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୂର୍ଣ୍ଣଚନ୍ଦ୍ର ପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ