ଗଛକୁ ପିଟିଲା ଡାଲା ଅଟୋ : ଚାଳକ ଗୁରୁତର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି – ଘୋଡାହାଡ ଡ଼୍ୟାମ ରାସ୍ତା ର ବିଦେଶୀ ମଦ ଦୋକାନ ନିକଟରେ ବୁଧବାର ଅପରାହ୍ନ ରେ ଏକ ଖଇ ବୋଝେଇ ଡାଲା ଅଟୋ ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡିଛି । ଚାଳକ ଜଣକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା । ଯାହାଫଳରେ ସାନଖେମୁଣ୍ଡି ବ୍ଳକ ଛଣମେରୀ ଗ୍ରାମର ପବିତ୍ର ନାୟକ ଅଟୋ ଚାଳକ ଗୁରୁତର ଆହତ ହୋଇଛନ୍ତି । ଚାଳକ ପବିତ୍ର ଅଟୋ ନଂ.( ଓଡି୦୭ ଏ ଏମ୍ ୪୭୦୩) ଯୋଗେ ଧାନ ଚଷୁ (ଖଇ) ବସ୍ତା ଧରି ଦିଗପହଣ୍ଡି ଅଭିମୁଖେ ଆସୁଥିବା ବେଳେ ପ୍ରବଳ ବର୍ଷା ସହ ପ୍ରଚଣ୍ତ ଶବ୍ଦରେ ଘଡ଼ ଘଡି ମାରୁଥିଲା । ଘଡ ଘଡି ଶବ୍ଦ ରେ ହଡବଡେଇ ଚାଳକ ଗାଡିରୁ ନିୟନ୍ତ୍ରଣ ହରାଇ ଗଛକୁ ଧକ୍କା ଦେଇଥିବା ଜଣାପଡିଛି। ଖବରପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଚାଳକଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି।


