ଅଗସ୍ତିନୂଆଗାଁ ଗ୍ରାମରେ ୨୪ ପ୍ରହର ନାମଯଜ୍ଞ ଆରମ୍ଭ
ଛତ୍ରପୁର, (ଦେବଦତ୍ତ ମହାରଣା) : ଆଜି ଅର୍ଥାତ ପବିତ୍ର କାର୍ତ୍ତିକ ମାସ ବଡ ଏକାଦଶୀ ଉପଲକ୍ଷେ ଅଗସ୍ତିନୂଆଗାଁ ଗ୍ରାମରେ ୨୪ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଛି l ପ୍ରତ୍ୟେକ ବର୍ଷ ପବିତ୍ର କାର୍ତ୍ତିକ ମାସରେ ଏହି ନାମଯଜ୍ଞ ଗ୍ରାମବାସୀଙ୍କ ଦ୍ବାରା ଆୟୋଜନ ହୋଇଆସୁଛି l ଚଳିତ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ସମସ୍ତ ସର୍ତ୍ତlବଳୀକୁ ଅନୁପାଳନ କରି ଅଗସ୍ତିନୂଆଗାଁ ଗ୍ରାମବାସୀ ଏହାକୁ ପାଳନ କରୁଛନ୍ତି l ଏହି ନାମଯଜ୍ଞ ୧୫ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖରେ ସମାପନ ହେବ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି l ଏହି ୨୪ ପ୍ରହର ନାମଯଜ୍ଞରେ ପ୍ରଥମ ଦିବସରେ ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀଙ୍କ ସହ ଆଖପାଖ ଅଞ୍ଚଳର ଯଥା ମାଟିଖାଲ ,ପୋଡ଼ାଗଡ ,ଝାଟିପଦର ,ପୋଡାପଦର ,ନନ୍ଦନlପଲି ,ବେନିଗୌରୀ ପ୍ରଭୁତି ସଂକୀର୍ତ୍ତନ ମଣ୍ଡଳୀ ନିଜ ନିଜର କଳା ପ୍ରଦର୍ଶନ କରି ଗାଁ ରେ ଭକ୍ତିପୁର୍ଣ ପରିବେଶ ସୃଷ୍ଟି କରିବା ସହ ଲୋକଙ୍କୁ ଅତ୍ମୋସନ୍ତୋଷ ଦେଇଥିଲେ l ମାଟିଖାଲ ଗ୍ରାମର ଯୁବତୀ ଓ ଯୁବକ ମାନଙ୍କ ଦ୍ୱାରା ପରିବେଷଣ ପ୍ରଭୁଙ୍କ ନାମ ,ଆଜିର ସବୁଠୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା l