ସୂର୍ଯ୍ୟମନ୍ଦିର କୁ ପ୍ରବେଶ ଶୁଳ୍କ ଛାଡ ଦାବିରେ ଆସନ୍ତା ୧୭ ରେ ଗଣଧାରଣା, ଆନ୍ଦୋଳନ ୨୬ ବର୍ଷରେ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଆସନ୍ତା ନଭେମ୍ବର ୧୭ରେ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ପ୍ରବେଶ ଶୁଳ୍କ ଛାଡ ଦାବିରେ ଗଣ ଧାରଣା ଦିଆଯିବ ବୋଲି ସମିତିର କାର୍ଯ୍ୟକର୍ତା ଏକ ପ୍ରେସ ବିବୃତି ରେ ଜଣାଇଛନ୍ତି । ପ୍ରତ୍ନତତ୍ୱ ବିଭାଗର ମନମୁଖୀ କାର୍ଯ୍ୟ, ସୂର୍ଯ୍ୟମନ୍ଦିର ର ସଂରକ୍ଷଣ,ବ୍ଯବସାୟୀ ମାନଙ୍କୁ ଥଇଥାନ, ନବଗ୍ରହ ମନ୍ଦିର ରେ ଏକ ଭବ୍ୟ ମନ୍ଦିର ନିର୍ମାଣ,ଓ ସୂର୍ଯ୍ୟମନ୍ଦିରକୁ ପ୍ରତି ଶନିବାର ପ୍ରବେଶ ଶୁଳ୍କ ଛାଡ ଦାବୀ ରେ ଆନ୍ଦୋଳନ ଆଜି୨୬ବର୍ଷ ରେ ପହଁଞ୍ଚିଛି । ଏହି ଆନ୍ଦୋଳନକୁ ସଫଳ କରିବାକୁ ସୁରକ୍ଷା ସମିତିର ସଭାପତି ବାଦଲ ଦାଶ, ସମ୍ପାଦକ ରାମକୃଷ୍ଣ ମହାନ୍ତି, ଆବାହକ ଭାଗିରଥି ସ୍ବାଇଁ, ପ୍ରିୟ ରଞ୍ଜନ ରଥ, ବାବା ଶକ୍ତିଦେବ ଶତପଥୀ, ଆଦିତ୍ୟ ବାବା, ରଘୁନାଥ ମହାପାତ୍ର, ଦିଲ୍ଲପ କୁମାର ଜେନା, ରବୀନ୍ଦ୍ର ନନ୍ଦି, ପ୍ରମୁଖ ଅନୁରୋଧ କରିଛନ୍ତି । ମାତ୍ର ପ୍ରତ୍ନତତ୍ୱ ବିଭାଗ କ୍ରମାଗତ ପାଇଁ ଆଜି ସୂର୍ଯ୍ୟମନ୍ଦିର ବିପଦରେ ରହିଛି। ତୁରନ୍ତ ଦାବି ପୂରଣ ପାଇଁ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଗଣ ବିକ୍ଷୋଭ ଅନୁଷ୍ଠିତ ହେବ ବୋଲି ସମିତିର ସଭାପତି ବାଦଲ ଦାଶ ପ୍ରକାଶ କରିଛନ୍ତି ।


