ଅଗସ୍ତିନୂଆଗାଁ ରେ ବ୍ୟାଙ୍କ ସେବା ଓ ଋଣ କର୍ମଶାଳା

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଚାଷୀମାନଙ୍କୁ ନେଇ ବ୍ୟାଙ୍କ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ମୁନା ଦାସ ଯୋଗଦେଇଥିଲା ବେଳେ ସମ୍ନାନିତ ଅତିଥି ଭାବେ ବ୍ରହ୍ମପୁର କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଦୁର୍ଯ୍ୟଧନ ପରିଡା ଓ ସ୍ଥାନୀୟ ସରପଞ୍ଚ ଉର୍ମିଳା ଦାସ ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତର ଚାଷୀ ଓ ଭୂମିହୀନ ଭାଗଚାଷୀ ମାନେ କିପରି ୧ ଲକ୍ଷ ଟଙ୍କାର ବିନା ସୁଧରେ ଋଣ ନେଇପାରିବେ ଏବଂ ଭାଗଚାଷୀ କିପରି ବଳରାମ ଯୋଜନାରେ ୫ ଜଣ ଗ୍ରୁପ୍ ମାଧ୍ୟମରେ ଋଣ ନେଇପାରିବେ ,ସେ ସମ୍ୱନ୍ଧରେ ବିସିସି ବ୍ୟାଙ୍କର ମ୍ୟାନେଜର ନିରଞ୍ଜନ ନାୟକ ଚାଷୀମାନଙ୍କୁ ବୁଝାଇଥିଲେ l ଅଗସ୍ତିନୂଆଗାଁ ସେବା ସମବାୟ ସମିତିର ନିଜସ୍ୱ କାର୍ଯ୍ୟାଳୟ କି ଗୋଦାମ ଗୃହ ନଥିବାରୁ ସେ ସମ୍ୱନ୍ଧରେ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଆକାରରେ ଦୃଷ୍ଟିଗୋଚର କରାଯିବାକୁ ଆଲୋଚନା ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ସୋସାଇଟିର ସଭାପତି ପ୍ରମୋଦ ଚନ୍ଦ୍ର ପଣ୍ଡା ,ସମ୍ପାଦକ ବି.ରାମବାବୁ ,କିରାଣୀ ନିସିତ୍ ରଞ୍ଜନ ଯାଦବ ,ଡିଇଓ ଅମୂଲ୍ୟ କୁମାର ପଣ୍ଡା ,ନାଏବ ସରପଞ୍ଚ ଶ୍ରୀରାମ ଦାସ , ଯୁବ ନେତା ବାପି ଦାସ ,ଏମବିକେ ମିତାଞ୍ଜଳି ଗୌଡ଼ଙ୍କ ସମେତ ଚାଷୀ ବୃନ୍ଦ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ