ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତିଲା ୫୦୦ କେଭି ବିଦ୍ୟୁତ ଟ୍ରାନ୍ସଫରମ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ନାଉଗାଁ ବାଜରରେ ଥିବା ୫୦୦କେଭି ବିଦ୍ୟୁତ ଟ୍ରାନ୍ସଫରମର ଗୁରୁବାର ସଂଧ୍ୟାରେ ଏକ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତିଯାଇଛି । ସୂଚନା ମୁତାବକ ନାଉଗାଁ ବିଦ୍ୟୁତ ସେକ୍ସନ ଅଧିନ ନାଉଗାଁ ବଜାରରେ ପ୍ରଥମ ୫୦୦ କେଭି ବିଦ୍ୟୁତ ଟ୍ରାନ୍ସଫରମର ବସାଯାଇଛି । ଏହି ବଦ୍ୟୁତ ଟ୍ରାନ୍ସଫରମରଟି ନାଉଗାଁ ବଜାର ମଧ୍ୟ ଭାଗରେ ରହିଥିବା ବେଳେ ଏହା ନିକଟରେ ମଧ୍ୟ ବସଷ୍ଟାଣ୍ଡ ରହିଛି । ଏହି ଟ୍ରାନ୍ସଫରମରର ଚତୁପାଶ୍ୱର୍ ଫାଙ୍କା ରହିଥିବାରୁ ବଜାରର ଅଧିକାଂଶ ଦୋକାନୀମାନେ ବିଭିନ୍ନ ଅଳିଆ ଆର୍ବଜନା ପକାଇ ଅଳିଆଗଦା କରୁଥିବା ଦେଖିବାକୁ ମିଳିଛି । ଯାହାର ଫଳ ସୁରୂପ ଗୁରୁବାର ସଂଧ୍ୟା ସମୟରେ ଉକ୍ତ ଅଳିଆ ଗଦାରେ କୌଣସି ବ୍ୟକ୍ତି ନିଆଁ ଲଗାଇ ଦେଇଥିଲା । ଉକ୍ତ ନିଆଁର ପ୍ରକୋପ ବୃଦ୍ଧି ପାଇବା ସହିତ ବିଦ୍ୟୁତ ଟ୍ରାନ୍ସଫରମର ଆଡକୁ ମାଡି ଚାଲିଥିଲା । ଏହାକୁ ସ୍ଥାନୀୟ ବିଦ୍ୟୁତ କର୍ମଚାରୀ ଦେଖି ତତ୍‌କ୍ଷଣାତ ନିକଟସ୍ଥ ଅଗ୍ନିଶମ ସେବା କେନ୍ଦ୍ରକୁ ଯୋଗାଯୋଗ କରିଥିଲେ । ଅଗ୍ନିଶମ ବାହିନୀ ସୂଚନା ପାଇ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରାଯାଇଥିବା ଜଣାଯାଇଛି । ଉକ୍ତ ଟ୍ରାନ୍ସଫରମର ପାଶ୍ୱର୍ରେ ଅଳିଆ ଆର୍ବଜନା ନ ପକାଇବା ପାଇଁ ନାଉଗାଁ ବଜାର କମିଟିକୁ ବିଦ୍ୟୁତ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ