ଅଗ୍ନିକାଣ୍ଡରେ ଦୋକାନଗୃହ ଭଷ୍ମୀଭୂତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅନକୁଣ୍ଡାଗୁଡା ଗ୍ରାମ ଠାରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଦୋକାନଗୃହ ଭଷ୍ମୀଭୂତ ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ସୀମାଦ୍ରୀ ଲିମ୍ମା ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ବେଳେ ଆଜି ଦୋକାନ ଗୃହରେ ସକାଳେ ଠାକୁରଙ୍କ ନିକଟରେ ଏକ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଏହାପରେ ଉକ୍ତ ଜଳୁଥିବା ଦୀପଟିକୁ ମୁଷା ନେଇଯାଇ ଦୋକାନ ଭିତରେ ପକାଇଦେଇଥିଲା ବୋଲି ସୂଚନା ମିଳିଛି । ଫଳରେ ଉକ୍ତ ଦୋକାନଗୃହଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା । ଏଥି ଦ୍ୱାରା ଉକ୍ତ ଦୋକାନରେ ଥିବା ପ୍ରାୟ ୪୦ରୁ ୫୦ ହଜାର ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାର ଜଣାପଡିଛି । ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗ ଖବର ପାଇ ନିଆଁକୁ ଆୟତ କରିଥିଲେ । ଏନେଇ ଗ୍ରାମବାସୀ କହିଛନ୍ତି ଯେ, ସୀମାଦ୍ରୀ ଲିମ୍ମା ଅତି ଗରୀବ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ