ଅଗ୍ନିକାଣ୍ଡରେ ୮ବଖରା ଘର ପୋଡି ପାଉଁଶ

ରାଜନଗର : ରାଜନଗର ବ୍ଲକ ମହୁଲିଆ ପଚାଂୟତ ବାଘତୈ÷ଳା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୮ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏହି ଗ୍ରାମର ମେଘାନନ୍ଦ ରାଉତଙ୍କ ଘରେ ମଧ୍ୟାହ୍ନ ସମୟରେ ଅଗ୍ନିକାଣ୍ଡ ଘଟି ଖଞ୍ଜାଘର ପୋଡି ପାଉଁଶ ହୋଇଯାଇଛି । ଧାନ, ଚାଉଳ ସହ ସମସ୍ତ ଆସବାବପତ୍ର ଜଳିଯାଇଛି । ପିନ୍ଧା ଲୁଗା ବ୍ୟତୀତ ବିପନ୍ନ ପରିବାର କିଛି ଉଦ୍ଧାର କରି ପାରିନାହାନ୍ତି । ବିଳମ୍ବିତ ରାତି ଏବଂ ପବନ ଯୋଗୁଁ ନିଆଁକୁ ଆୟତ କରିବା ସମ୍ଭବ ହୋଇପାରିନଥିଲା । ଗାଁଲୋକେ ନିଆଁକୁ କରିପାରିନଥିଲେ । ଏହି ବିପନ୍ନ ପରିବାର ପଡୋଶୀ ଘରେ ଆଶ୍ରୟ ନେଇଛନ୍ତି । ବିପନ୍ନ ପରିବାରକୁ ସରକାରୀ ଓ ବେସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ