ଅଗ୍ନିକାଣ୍ଡ ଘଟି ଧନସମ୍ପତ୍ତି ଭସ୍ମୀଭୂତ ଚାରି ପରିବାର ସର୍ବସାନ୍ତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ଦିଗପହଣ୍ଡି ବ୍ଳକର ବି. ତୁରୁବୁଡି ପଞ୍ଚାୟତର ଲକ୍ଷ୍ମୀନାରାୟଣପୁର ଗ୍ରାମର ମାଟିଆ ସାହିରେ ମଧ୍ୟାହ୍ନ ସମୟରେ କୈାଣସି କାରଣରୁ ଅଗ୍ନିକାଣ୍ଡ ଘଟି ୪ ପରିବାରର ଘର ପୋଡିଯାଇଥିବା ଜଣାପଡିଛି । ବି. କାମୁ ରେଡ୍ଡୀଙ୍କ ପରିବାର ଲୋକେ ଘରେ ଶୋଇଥିବା ବେଳେ ଗୃହ ପରିସରରୁ ହଠାତ ନିଆଁ ବାହାରିବା ଦେଖି ବାହାରକୁ ଆସି ଚିତ୍କାର କରିଥିଲେ । ଚାହୁଁ ଚାହୁଁ ନିଆଁର ପ୍ରକୋପରେ ବି. ଲବ ରେଡ୍ଡୀ , ବି. ଜଗନ୍ନାଥ ରେଡ୍ଡୀ ଓ ବି. ପୁନାଲୁ ରେଡ୍ଡୀଙ୍କ ଘରେ ନିଆଁ ଲାଗିଯାଇଥିଲା । ଗ୍ରାମବାସୀଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ନିଆଁକୁ ଆୟତ୍ତ କରିପାରିନଥିଲେ । ଖବରପାଇ ଦିଗପହଣ୍ଡି ଦମକଳ ବାହୀନି କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ଘଟିଥିବା ଖବର ପାଇ ରାଜସ୍ବ ନୀରିକ୍ଷକ ଅକ୍ଷୟ ମଲ୍ଲିକ ଓ ଉପେନ୍ଦ୍ର ବେହେରା ପହଞ୍ଚି କ୍ଷୟକ୍ଷତିର ଆକଳନ କରି ଫେରିଥିବା ଜଣାପଡିଛି।ପରିବାର ବହୁ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦିଆଯିବା ନେଇ ସାଧାରଣରେ ଦାବି ହୋଇଥିବା ଜଣାପଡିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ