ବିଜୁ ମହିଳା ଜନତା ଦଳ ପକ୍ଷରୁ ଆର୍ନ୍ତଜାତୀୟ ମହିଳା ଦିବସ ସମାରୋହ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବିଜୁ ମହିଳା ଜନତାଦଳ ପକ୍ଷରୁ ସ୍ଥାନୀୟ ଗରାପୁର ଡାକବଙ୍ଗଳା ପରିସରରେ ଆର୍ନ୍ତଜାତୀୟ ମହିଳା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ବ୍ଲକ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସୁମିତ୍ରା ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ ମହିଳାମାନଙ୍କ ପାଇଁ ସମାନତା ଅଧିକାର, ସମ୍ମାନ, ସ୍ୱାଧିନତା ରହିବା ଆବଶ୍ୟକ । ତାହା ହେଲେ ସମାଜ ପାଇଁ ମହିଳାମାନଙ୍କର ଯେଉଁ ଉପଯୋଗ ହେବ ତାହା ସଫଳ ହୋଇପାରିବ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ । ଏହି ସମାରୋହରେ ନବନିର୍ବାଚିତ ୬ନଂ ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି, ୫ନଂ ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ, ମହିଳାନେତ୍ରୀ ସରିତା ସାହୁ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ରୋସ୍ôନା ସାହୁ, କପାଳେଶ୍ୱର ସରପଞ୍ଚ ଗାୟତ୍ରୀ ମହାନ୍ତି, ନାହିଦ୍ ଅକ୍ତର, ଅକ୍ତରି ଖାତୁନ, ହବିବା ବେଗମ, ସ୍ୱର୍ଣ୍ଣପ୍ରଭା ସ୍ୱାଇଁ ପ୍ରମୁଖ ମହିଳାନେତ୍ରୀମାନେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହୁମୁଖୀ ଜନକଲ୍ୟାଣକାରୀ ଯୋଜନା ଓ ମହିଳା ସଶକ୍ତିକରଣ ଯୋଜନା ଯୋଗୁଁ ମହିଳାମାନେ ସ୍ୱାବଲମ୍ବି ହେବା ସହ ସେମାନଙ୍କ ପରିବାର ଆର୍ଥିକ ସ୍ୱଚ୍ଛଳ ହୋଇପାରିଛି ଏବଂ ସମାଜର ଉନ୍ନତି ସମ୍ଭବ ହୋଇପାରିଛି ବୋଲି ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଅଶୋକ ବରାଳ, ରଞ୍ଜନ କର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ନଗର ବିଜେଡି ମହିଳା ସଭାନେତ୍ରୀ ସ୍ୱୟଂପ୍ରଭା କର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ