ଅଗ୍ନିଶମ କର୍ମଚାରୀଙ୍କ କଳାବ୍ୟାଚ ପରିଧାନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ବିଭିନ୍ନ ଦାବି ପୂରଣ ନେଇ ଆଜି ଭଣ୍ଡାରିପୋଖରୀ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରିଛନ୍ତି।ଦୁର୍ଘଟଣା ଠାରୁ ଆରମ୍ଭ କରି ଅଗ୍ନିକାଣ୍ଡ ଓ ବିଭିନ୍ନ ଦୈଵ ଦୁର୍ଵିପାକ ସମୟରେ ଅଗ୍ନିଶମ କର୍ମଚାରୀ ମାନେ ସୁଚାରୁରୂପେ କାର୍ଯ୍ୟ ସମ୍ପନ୍ନ କରୁଛନ୍ତି।ଏହା ସତ୍ତ୍ଵେ ସରକାର ସେମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗରୁ ବଞ୍ଚିତ କରୁଥିବା ଜଣାପଡିଛି। ବିଶେଷ କରି ଓଡ଼ିଶା ପୋଲିସର ସିପାହୀ ଓ ହାବିଲଦାରଙ୍କ ଦରମା ଭଳି ଅଗ୍ନିଶମ କର୍ମଚାରୀଙ୍କୁ ସମାନ ବେତନ ପ୍ରଦାନ କରିବା ଓ କର୍ମଚାରୀ ସଂଘ ପଞ୍ଜିକରଣ ପାଇଁଁ ଅଲ ଓଡ଼ିଶା କର୍ମଚାରୀ ମାନେ ଦାବି କରିଛନ୍ତି।ଏଣୁ ଆଜି ଭଣ୍ଡାରିପୋଖରୀ ଅଗ୍ନିଶମ କାର୍ଯ୍ୟାଳୟ ଠାରେ ହାବିଲଦାର ମୁଫେଦୁଲ ଖାଁଙ୍କ ନେତୃତ୍ବରେ କର୍ମଚାରୀ ମାନେ କଳାବ୍ୟାଚ ପରିଧାନ କରିଛନ୍ତି। ଏଥିରେ ମୁଖ୍ୟ ଆଗ୍ନିକ ଦୀପକ ପ୍ରଧାନ, ଆଗ୍ନିକ ସରୋଜ ନାୟକ, ମୈତ୍ରେୟ ରଞ୍ଜନ ପଣ୍ଡା, କୈାସିକ ସାମନ୍ତ, ହେମନ୍ତ ଦାସ, ବିଭୂତି ଭୂଷଣ ବେହେରା, ଅନୀଲ ଦାସ, ଆଲୋକ ଜେନା, ତ୍ରିଲୋଚନ ମହାପାତ୍ର, ରାଜେଶ ବେହେରା, ମୀନକେତନ ସାମଲ ପ୍ରମୁଖ ସାମିଲ ହୋଇଛନ୍ତି।