ଅଗ୍ନିଶମ ଡିଜି ଭାବେ ଦାୟିତ୍ଵ ଗ୍ରହଣ କଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ଵର : ଅଗ୍ନିଶମ ଡିଜି ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍‌ ଅଫିସର ଡକ୍ଟର ସତ୍ୟଜିତ ମହାନ୍ତି। ଗୁଇନ୍ଦା ବିଭାଗର ଡିଜି ଥିବା ଆଇପିଏସ ସତ୍ୟଜିତ ମହାନ୍ତି ଅଗ୍ନିଶମ ବିଭାଗର ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ଅଗ୍ନିଶମ ଡିଜି ସୁନୀଲ ରଏଙ୍କ ଅବସର ପରେ ଗୃହ ବିଭାଗ ତରଫରୁ ୧୯୮୮ ବ୍ୟାଚ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତିଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏଥିସହିତ ସେ ହୋମଗାର୍ଡର କମାଣ୍ଡାଣ୍ଟ ଜେନେରାଲ ଏବଂ ସିଭିଲ ଡିଫେନ୍ସ ନିର୍ଦ୍ଦେଶକ ଦାୟିତ୍ୱରେ ମଧ୍ୟ ରହିବେ। ଅଗ୍ନିଶମ ବିଭାଗର ଦାୟିତ୍ୱ ଗ୍ରହଣ ପରେ ସତ୍ୟଜିତ ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଅଗ୍ନିଶମ ବିଭାଗ ଭାରତରେ ସୁନାମ ରହିଛି । ଏହି ଧାରା ଆଗକୁ ବଜାୟ ରଖିବି । ୧୫ ହଜାରରୁ ଅଧିକ ହୋମଗାର୍ଡ ରାଜ୍ୟରେ କାର୍ୟ୍ୟରତ ଅଛନ୍ତି । ତାଙ୍କର ଉନ୍ନତି ପାଇଁ ଚେଷ୍ଟା କରିବି । ବାତ୍ୟା ଅମ୍ଫାନରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗକୁ ସହାୟତା ପ୍ରଦାନ କରିବା ପାଇଁ ଅଗ୍ନିଶମ ଦଳ ଫେରିଲେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏଥି ସହିତ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ପଶ୍ଚିମବଙ୍ଗରୁ ଫେରିବା ପରେ ସମସ୍ତ ଅଗ୍ନିଶମ କର୍ମଚାରୀଙ୍କ କୋଭିଡ ଟେଷ୍ଟ ମଧ୍ୟ କରାଯିବ ବୋଲି ସତ୍ୟଜିତ ମହାନ୍ତି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ