ଅଗ୍ନିଶମ ବିଭାଗର ମକଡିଲ

ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ବେଲଗୁଣ୍ଠା ବ୍ଲକସ୍ଥିତ କ୍ଷତ୍ରିୟବରପୁର ଆଂଚଳିକ ବିଜ୍ଞ।ନ ମହାବିଦ୍ୟାଳୟ ଠାରେ ଅଧକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି ସଭାପତିତ୍ୱରେ ରାଜ୍ୟ ରେଡକ୍ରସ ସଂସ୍ଥା ତରଫରୁ ମଙ୍ଗଳବାର ଅଗ୍ନିଶମ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଅତିଥିରୁପେ ରାଜ୍ୟ ରେଡକ୍ରସ ତରଫରୁ ରେଡକ୍ରସ କନିଷ୍ଠ ଅଧିକାରୀ ଲକ୍ଷଣ ସ୍ୱାଇଁ ଯୋଗ ଦେଇଥିବା ବେଳେ ଆନ୍ତର୍ଜାତୀୟ ରେଡକ୍ରସ ସଂସ୍ଥା ଗୁଲସନ ଦାସ ,ଅଧାପକ ଲୋକନାଇ ମହାନ୍ତି ,ଅଗ୍ନିଶମ ଅଧିକାରୀ ଜୟନ୍ତ କୁମାର ମହାପାତ୍ର ,ଅଧାପକ ହରିଶଙ୍କର ପାଣ୍ଡେ ,ସମ୍ମାନୀତ ଅତିଥିରୁପେ ଯୋଗ ଦେଇଥିଲେ । ଅଗ୍ନିକାଣ୍ଡ ସମୟରେ କିପରି ନିଆଁକୁ ମୁକାବିଲା କରାଯାଇପାରିବ ସେ ସଂପର୍କର୍ରେ ମକଡ୍ରିଲ ହୋଇଥିଲା ।ଏହି ମକଡ୍ରିଲରେ ଯୁବରେଡକ୍ରସର ସ୍ୱେଚ୍ଛାସେବୀ ମାନେ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ