ରାଜ୍ୟ ବିଜେପି ସମ୍ପାଦିକା ହେଲେ ମମତା ସିଂ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ରେ ରାଜ୍ୟ ବିଜେପି ସମ୍ପାଦିକା ଭାବେ ଆଗଧାଡ଼ି ର ମହିଳା ନେତ୍ରୀ ମମତା ସିଂ ଙ୍କୁ ଦାୟିତ୍ବ ମିଳିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କ ଅନୁମୋଦନ କ୍ରମେ କେନ୍ଦୁଝର ଜିଲ୍ଲା ର ଜଣେ ଆଗଧାଡ଼ି ର ଟାଣୁଆ ମହିଳା ନେତ୍ରୀ ଭାବେ ଜଣାଶୁଣା ମମତା ସିଂ ଙ୍କୁ ରାଜ୍ୟ ସମ୍ପାଦିକା ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି ଖବର ପାଇବା ପରେ କେନ୍ଦୁଝର ଜିଲ୍ଲା ର ପ୍ରମୁଖ ନେତା ଓ କର୍ମୀ ମମତା ସିଂ ଙ୍କୁ ଏ ନେଇ ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ ସେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ଅତି ସୁଚାରୁରୂପେ ସମ୍ପାଦିତ କରିଛନ୍ତି ।


