ଶ୍ରମିକ ଛଟେଇ ବକେୟା ପାଉଣା ନଦେବାରୁ କାରଖାନା ଫାଟକ ସମ୍ମୁଖରେ ଶ୍ରମିକଙ୍କ ଧାରଣା

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) : ଝୁମ୍ପୁରା ବ୍ଲକ ର ବସନ୍ତ ପୁର ଠାରେ ରହିଥିବା ଏସେଲ ମାଇନିଂ ଏଣ୍ଡ ଇଣ୍ଡଷ୍ଟ୍ରିଜ ଲିଂ ଆଦିତ୍ୟ ବିର୍ଲା ଗ୍ରୁପ ବସନ୍ତପୁର ରେ ବେଆଇନ ଭାବରେ ଶ୍ରମିକ ଛଟେଇ ଓ ବକେୟା ପାଉଣା ନଦେବା ପ୍ରତିବାଦରେ ଶୁକ୍ରବାର ଦିନ କମ୍ପାନୀ ଗେଟ ସମ୍ମୁଖରେ ଶ୍ରମିକ ମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ବିନା କାରଣରେ ଠିକା କର୍ମଚାରୀମାନଙ୍କୁ ଛଟେଇ କରିବା ଏବଂ ଜାଣିଶୁଣି ସମସ୍ତ ପ୍ରକାଶ ଶ୍ରମ ଆଇନକୁ ଉଲ୍ଲଙ୍ଘନ କରାଯାଇଥିବାରୁ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଏସେଲ ମାଇନିଂ ମଜଦୁର ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଧାରଣା ଦିଆଯାଇଛି। ଦୁଃଖ ପରିତାପର ବିଷୟ ଏହି ସଂଗଠନ ଶ୍ରମିକମାନଙ୍କ ମଧ୍ୟରେ ବିଭାଜନ ଏକ ମାନ୍ୟତାପ୍ରାପ୍ତ ଶ୍ରମିକ ସଂଗଠନ ହୋଇଥିଲେ ମଧ୍ୟ ସବୁ ଜାଣିଶୁଣି ବିବାଦ ସୃଷ୍ଟି କରିବା ଏବଂ ଆକ୍ରୋଶମୂଳକ ଭାବରେ ଠିକା ଶ୍ରମିକଙ୍କୁ ଠକିବା ଏବଂ ଶୋଷଣ କରିବା ବଡ ଦୁଃଖର ବିଷୟ ଏଣୁ ଏ ସମ୍ବନ୍ଧରେ କମ୍ପାନୀ କର୍ତ୍ତୃପକ୍ଷ ଜଣାଇଲେ ମଧ୍ୟ ଏହାର ସୁଫଳ ମିଳିପାରୁ ନାହିଁ। ଶ୍ରମିକ ସଂଗଠନ ଛଟେଇ କର୍ମଚାରୀ ମାନଙ୍କ ପୁନଃ ନିଯୁକ୍ତି କରିବା ସହିତ ଶ୍ରମିକ ମାନଙ୍କ ବକେୟା ପାଉଣା ପ୍ରଦାନ କରିବା ପାଇଁ ଶ୍ରମିକ ସଂଗଠନ ତରଫରୁ ନିବେଦନ କରିଥିଲେ। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକଙ୍କ ପ୍ରସ୍ତାବକୁ ବିଚାର କୁ ନେଲେ ନାହିଁ ବୋଲି ସଂଘ ପକ୍ଷରୁ ଧାରଣା ଦିଆଯାଇଛି ବୋଲି ଅଲ ଓଡିଶା ମଜଦୁର ସଂଘ ର କାର୍ଯ୍ୟକାରୀ ସଭାପତି ଉମାକାନ୍ତ ଦାସ କହିଛନ୍ତି। ଶ୍ରମିକ ମାନେ ଧାରଣା ଦେଇଥିବା ସ୍ଥାନରେ ଉପସ୍ଥିତ ରହିଥିଲେ ଶ୍ରମିକ ସଂଗଠନ ଜେନେରାଲ ସେକ୍ରେଟାରୀ ସଲମା ମାଝୀ, ସଭାପତି ଲକ୍ଷ୍ମଣ ମହାକୁଡ଼,ଏମ ଏସ ଟି ଶ୍ରମିକ ସଂଗଠନ ର ଚିପ ଆଡଭାଇଜର ସଞ୍ଜୟ ହାଁସଦା ଙ୍କ ସମେତ ଶ୍ରମିକ ସଂଘର ବହୁ ବରିଷ୍ଠ ସଦସ୍ୟ ମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ଧାରଣା ଦେଇଥିବା ସମୟରେ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ସେଥିରେ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଏବଂ ଠିକାଦାର ସଂପୂର୍ଣ୍ଣ ଭାବରେ ଦାୟୀ ରହିବେ ବୋଲି ଏସେଲ ମାଇନିଂ ମଜଦୁର ସଂଘ୍ ଦାବୀ କରୁଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ