ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି
ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ଅଗ୍ନିଶମ ବିଭାଗ ପକ୍ଷରୁ ଆଗାମି ପ୍ରାକୃତିକ ବିପର୍ଯ୍ୟ ସମୟରେ କିପରି ଉଚିତ ମୁକାବିଲା କରାଯିବ ସେନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି ଅଗ୍ନିଶମ ବିଭାଗର କେନ୍ଦ୍ରାଧିକାରୀ ସୂର୍ଯ୍ୟମଣୀ ନାୟକଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀମାନେ ସେମାନଙ୍କ ନିକଟରେ ଥିବା ସମସ୍ତ ପ୍ରକାର ଯନ୍ତ୍ରାଶଂର ପରୀକ୍ଷା ନିରୀକ୍ଷା କରିବା ସହିତ ତାହାର ପ୍ରଦର୍ଶନ କରିଥିଲେ । ପ୍ରାକୃତିକ ବପର୍ଯ୍ୟୟ ସମୟରେ ପାଣି ଭିତରୁ ଲୋକଙ୍କୁ ଉଦ୍ଧାର କରିବା, ଗଛ ପଡି ରାସ୍ତାଘାଟ ଅବରୋଧ ହୋଇଥିଲେ ତାକୁ କିପରି ତୁରନ୍ତ ସଫାକରି ରାସ୍ତାଘାଟ ପରିସ୍କାର କରିବା, ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ଭଳି ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟଗୁଡିକ କରାଯିବ ସେ ସମ୍ପର୍କରେ କର୍ମଚାରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ପ୍ରକାୃତିକ ବିପର୍ଯ୍ୟୟ ସମୟରେ ବିଭିନ୍ନ ସହାୟତା ପାଇଁ ବିଭାଗ ପକ୍ଷରୁ ଟେଲିଫୋନ ନମ୍ବର ଜାରି କରାଯାଇଛି । ଏଥିରେ କପିଳାଶ ନାୟକ, ସୁଶାନ୍ତ କୁମାର ନାୟକ, ଜ୍ୟୋତିପ୍ରକାଶ ଭୋଇ, ରାକେଶ ସେନାପତି, କ୍ଷୀରୋଦ ଚତାର, ଦୀପକ ଲେଙ୍କା, ମହିମା ଦଳେଇ, ସୁରେଶ କୁମାର ଜେନାଙ୍କ ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।