ଅଗ୍ନିଶମ ବିଭାଗ ପକ୍ଷରୁ ବଜାର ଅଞ୍ଚଳ ବିଶୋଧନ
ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ମହାମାରୀ ସଂକ୍ରମଣ ପରିପେକ୍ଷୀରେ ବନ୍ତ ବ୍ଲକର ବିଭିନ୍ନ ବଜାର ଅଞ୍ଚଳ ଗୁଡିକ ବିଶୋଧନ କରାଯାଉଥିବା ଦେଖାଯାଇଛି । ବୁଧବାର ଆଗରପଡା ଅଗ୍ନିଶମ ବାହିନୀ ପକ୍ଷରୁ ନିଳୋକ ବଜାର ଅଞ୍ଚଳକୁ ବିଶୋଧନ କରାଯାଇଥିଲା । ଏହି କାର୍ଯ୍ୟ ବେଳେ ସରପଞ୍ଚ ଅଶୋକ କୁମାର ମହାନ୍ତି, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଚନ୍ଦ୍ର ପଣ୍ଡା, ଗ୍ରାମ ରୋଜଗାର ସେବକ ପ୍ରଦୀପ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।


