ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ସମ୍ପୂର୍ଣ୍ଣ କରିବା ଦିଗରେ ତତ୍ପରତା ହେବା ଜରୁରି ଶିଶୁ ବିକାଶ ଯୋଜନା ସମ୍ପର୍କିତ ସମୀକ୍ଷା ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲାରେ ରହିଥିବା ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକ ସରକାରୀ କୋଠାରେ ଚାଲିବ । ଯେଉଁ ସ୍ଥାନରେ ସରକାରୀ କୋଠା ନାହିଁ ସେହି ସବୁ ସ୍ଥାନରେ ସରକାରୀ କୋଠା ନିର୍ମାଣ କରିବା ନିମନ୍ତେ ପୂର୍ବରୁ ନିର୍ଦ୍ଦେଶ ଦିଆ ଯାଇଛି । ଏହି ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ସକାଶେ ସଂପୃକ୍ତ କଣ୍ଟ୍ରାକ୍ଟର ଗଣ ଯେପରି ଆଗ୍ରହ ପ୍ରକାଶ କରିବେ ସେଥି ସକାଶେ ସମୀକ୍ଷା ବୈଠକରେ ଉପସ୍ଥିତ ଶିଶୁ ବିକାଶ ଯୋଜନା ଅଧିକାରୀଗଣ ଅବଗତ କରାଇଥିଲେ । ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଖେସ୍ ଅବଗତ କରାଇଥିଲେଯେ, ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକର ସ୍ଥିତି ସଜାଡିବାର ଆବଶ୍ୟକତା ରହିଛି । ପିଲାମାନେ ଅଙ୍ଗନଓ୍ବାଡି କେନ୍ଦ୍ର କୁ କିଭଳି ଆଗ୍ରହ ସହକାରେ ଆସିବେ ସେଥି ସକାଶେ ଅଙ୍ଗନଓ୍ବାଡି କେନ୍ଦ୍ର ର ପରିବେଶ ଓ ସ୍ଥିତିକୁ ସଜାଡିବାକୁ ପଡିବ । ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ, ଶୌଚାଳୟ, ରୋଷେଇ ଗୃହ ଇତ୍ୟାଦି ସହିତ କେନ୍ଦ୍ରର କାନ୍ଥରେ ପିଲାମାନଙ୍କୁ ଆକର୍ଷିତ କଲା ଭଳି କଳାକୃତ୍ତି ଓ ଶିକ୍ଷଣୀୟ ଚିତ୍ର ଅଙ୍କନ ବ୍ୟବସ୍ଥା କରିବାକୁ ଜଣାଇଥିଲେ । ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟା ଗୁଡିକ ସମ୍ପର୍କରେ ସମସ୍ତ ସିଡିପିଓ ମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା । ଜିଲ୍ଲାର ସମୁଦାୟ ୫୧୬୧ ଗୋଟି ଅଙ୍ଗନଓ୍ବାଡି କେନ୍ଦ୍ର ର ଆବଶ୍ୟକତା ରହିଥିବା ସ୍ଥଳେ ୩୫୨୨ ଗୋଟି କେନ୍ଦ୍ର ପ୍ରସ୍ତୁତ ହୋଇ ଯାରିଛି, ୧୦୭୭ ଅଙ୍ଗନଓ୍ବାଡି କେନ୍ଦ୍ର ର କାମ ଚାଲିଛି । ବଳକା ରହିଥିବା ଅନ୍ୟ ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ର କାର୍ଯ୍ୟଧାରା ସକାଶେ ଜମି ଚିହ୍ନଟ, ପ୍ରଶାସନିକ ଅନୁମୋଦନ ଇତ୍ୟାଦି କାରଣ ରହିଥିବା ଯୋଗୁଁ କାର୍ଯ୍ୟ ଆରମ୍ଭ ହୋଇ ନଥିବା ଜଣା ପଡିଛି । ସମୀକ୍ଷା ବୈଠକରେ କୋଠା ନିର୍ମାଣ, କୋଠା ହସ୍ତାନ୍ତର, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ବିଦ୍ୟୁତ୍ ଯୋଗାଣ, ରୋଷେଇ ସକାଶେ ଗ୍ୟାସ୍ ଯୋଗାଣ ବ୍ୟବସ୍ଥା, କିଚେନ୍ ଗାର୍ଡେନ୍, ପୁଷ୍ଟକର ଖାଦ୍ୟ ଯୋଗାଣ, ଆଧାର ସଂଯୋଗୀକରଣ, ଗ୍ରାମ୍ୟ ସ୍ବାସ୍ଥ୍ୟ ପୁଷ୍ଟକର ଦିବସ ପାଳନ, କିଶୋରୀ ଛାତ୍ରୀ, ଅଙ୍ଗନଓ୍ବାଡି କେନ୍ଦ୍ର ତଦାରଖ, ପୁଷ୍ଟି ହୀନତା ସକାଶେ ପୂର୍ଣ୍ଣ ଆହାର, ଗର୍ଭବତୀ ମହିଳା ଓ ଶିଶୁଙ୍କ ଯତ୍ନର ସ୍ଥିତି, ସମନ୍ବୀତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ବାଲ୍ୟ ବିବାହ ରୋକିବା ସକାଶେ ପଦକ୍ଷେପ,ନିର୍ଭୟା କଢି ଓ ମୋ ଗେହ୍ଲାଝିଅ, ମମତା ଯୋଜନା ଇତ୍ୟାଦି ସମ୍ପର୍କିତ ସମୀକ୍ଷା କରାଯାଇଥିଲା ।ସମୀକ୍ଷା ବୈଠକରେ ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ, ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର, ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲାର ସମସ୍ତ ଶିଶୁ ବିକାଶ ଯୋଜନା ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ