ଅଙ୍ଗନବାଡିକୁ ରାସ୍ତା ନାହିଁ, ଚିନ୍ତାରେ ଅଭିଭାବକ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ଇଞ୍ଚୋଳ ଠାରେ ନୁତନକରି ନିର୍ବାଣ ହୋଇଥିବା ଅଙ୍ଗନବାଡି ଘରଟି ଏକ ଖାଲୁଆ ସ୍ଥାନରେ ନିର୍ମାଣ ହୋଇଥିବାବେଳେ ଏଠାକୁ ଯିବାପାଇଁ ରାସ୍ତା ନାହିଁ । ସାମାନ୍ୟ ବର୍ଷାରେ ଅଙ୍ଗନବାଡି ଚାରିପାଖ ୨/୩ଫୁଟ ଉଚ୍ଚର ପାଣିରେ ବୁଡି ଯାଉଥିବାରୁ ଏହି ପାଣିରେ ପସି କୁନିକୁନି ପିଲାମାନେ ଯିବାକୁ ଭୟ କରୁଛନ୍ତି । ଜୀବନପ୍ରତି ବିପଦ ଥିବାରୁ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସେମାନଙ୍କୁ ଅଙ୍ଗନବାଡି ଛାଡୁ ନାହାନ୍ତି । ଯାହାର ଲୋକବାକ ଅଛନ୍ତି ସେମାନେ ନିଜ ନିଜ ଛୁଆଙ୍କୁ କାଖେଇ ଅଙ୍ଗନବାଡିରେ ଛାଡୁଛନ୍ତି । ସେହିପରି ଛୁଟି ହେଲେ ଆସି ସେମାନଙ୍କୁ ଘରକୁ ନେଉଛନ୍ତି । ଯାହାଦ୍ୱାରାକି ସବୁ କୁନିକୁନି ପିଲାମାନେ ଅଙ୍ଗନବାଡି ଆସିବାକୁ ନାରାଜ ହେଉଛନ୍ତି । ୨୮ଜଣ ଛାତ୍ରଛାତ୍ରୀ ଏଠରେ ପଢ଼ୁଥିଲେବି ମାତ୍ର ୮/୧୦ଜଣ ଆସୁଛନ୍ତି । ଏନେଇ ବାରମ୍ବାର ସିଡିପିଓଙ୍କ ଠାରୁ ବିଡିଓଙ୍କ ପର୍ଯ୍ୟନ୍ତ ଗୁହାରୀ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ମନ୍ଦୋଦରୀ ରାଉତ, ସୁମତୀ ଜେନା, ମାଳତୀ ଜେନା, ଜୁମୁକିଲତା ରାଉତ, ନାରଣ ଚନ୍ଦ୍ର ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ରାସ୍ତାଟିଏ ନିର୍ମାଣ କରିବାକୁ ସେମାନେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ