ଅଙ୍ଗନବାଡି ଓ ଉପସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଚମାଖଣ୍ଡି ସରପଞ୍ଚ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଚମାଖଣ୍ଡି ଗ୍ରାମ ପଞ୍ଚାୟତର ସରପଞ୍ଚ ସିଏଚ୍. ମନୋଜ କୁମାର ରେଡ୍ଡୀ ଆଜି ଅଚାନକ ଚମାଖଣ୍ଡି ଛକ ସ୍ଥିତ ଅଙ୍ଗନବାଡି ଓ ଉପସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଭିତ୍ତିଭୂମିର ତଦାରଖ କରିଛନ୍ତି । ସରକାରଙ୍କ ପକ୍ଷରୁ ଶିଶୁ ଓ ମହିଳା ମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ପୃଷ୍ଟିକାର ସମଗ୍ରୀ ଗୁଡିକ ସଠିକ୍ ଭାବେ ମିଳୁଛି କି ନାହିଁ ତାହାର ଅନୁଧ୍ୟାନ କରିଥିଲେ । କେନ୍ଦ୍ର କୁ କେତେଜଣ ଛାତ୍ରଛାତ୍ରୀ ଆସୁଛନ୍ତି । ସେମାନଙ୍କୁ ସଠିକ୍ ବିଭିନ୍ନ ସୁବିଧା ପ୍ରଦାନ କରାଯାଉଛି କି ନାହିଁ ସେ ସଂପର୍କରେ ଉପସ୍ଥିତ ଅଙ୍ଗନବାଡି କର୍ମୀ ଓ ହେଲପର କୁ ପଚାରି ବୁଝିଥିଲେ । କେନ୍ଦ୍ରର ପାରିପାଶ୍ୱର୍ିକ ସ୍ୱଚ୍ଛତା ରଖିବାକୁ ସେ ପରାମର୍ଶ ଦେଇଥିଲେ । ଏହାସହିତ କେନ୍ଦ୍ରର ପାଶ୍ୱର୍ରେ ଥିବା ଉପସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ପରିଦର୍ଶନ କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ । ସେଠାରେ ଉପସ୍ଥିତ ଥିବା ଉପସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ କିରଣ କୁମାର ପଣ୍ଡାଙ୍କ ସହ ସ୍ୱାସ୍ଥ୍ୟ ସେବା ସଂପର୍କରେ ସରପଞ୍ଚ ଶ୍ରୀ ରେଡ୍ଡୀ ପଚରିବୁଝିଥିଲେ ।