ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଙ୍କ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ
ନାଉଗାଁ,(ପ୍ରଦୋଶ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟର ୨୦୦୧ ବ୍ୟାଚ ଓ ୨୦୦୨ ବ୍ୟାଚ ମଧ୍ୟରେ ଏକ ବନ୍ଧୁତ୍ୱପୁର୍ଣ୍ଣ କ୍ରିକେଟ ମ୍ୟାଚ ତେଟୋଂଇ ସ୍ଥିତ ମହିମା କ୍ରିକେଟ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ଉଭୟ ଦଳ ପରସ୍ପରକୁ ତିନି ଥର ଭେଟିଥିଲେ । ଏଥିରେ ୨୦୦୧ ବ୍ୟାଚ ଦୁଇ ଥର ବିଜୟ ଲାଭ କରିଥିବାରୁ ସିରିଜ୍ରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା । ଉକ୍ତ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଅବସରପ୍ରାପ୍ତ ଶିକ୍ଷକ ଭ୍ରମରବର ପରିଡା ଓ ନିଲୁରାମ ଜେନା ଯୋଗ ଦେଇ ଏହିପରି ଭାବେ ସବୁ ସ୍କୁଲର ଛାତ୍ରଛାତ୍ରୀମାନେ ବନ୍ଧୁତ୍ୱପୂର୍ଣ୍ଣ ସୁସଂର୍ପକ ରଖିବାକୁ ଦରକାର ବୋଲି ମତବ୍ୟକ୍ତ କରିବା ସହିତ ଚମ୍ପିଆନ ଦଳକୁ ଟ୍ରଫି ପ୍ରଦାନ କରିବା ସହିତ ପରାଜିତ ଦଳକୁ ରନସ୍ ଅଫ ଟ୍ରଫି ପ୍ରଦାନ କରିଥେôଲ । ଉକ୍ତ ମ୍ୟାଚରେ ମ୍ୟାନ ଅଫ ଦି ସିରିଜ ଭାବେ ସରୋଜ ଲେଙ୍କାଙ୍କୁ ଘୋଷଣା କରାଯାଇଥିବା ବେଳେ ମ୍ୟାଚ ପରିଚାଳନା ଦାୟିତ୍ୱ ତୁଷାର ସ୍ୱାଇଁ, ରାଜୀବ ବିଶ୍ୱାଳ ତୁଲାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ୨୦୦୧ ବ୍ୟାଚର ପବିତ୍ର ପଣ୍ଡା, ବିଜୟ ବାରିକ, ଜ୍ଞାନରଂଜନ ସ୍ୱାଇଁଙ୍କ ସହିତ ୨୦୦୨ ବ୍ୟାଚର ମାନସ ବିଶ୍ୱାଳ, ଜିତେନ ବାରିକ, ଜ୍ୟୋତିରଂଜନ ବେହେରାଙ୍କ ସମେତ ଅନ୍ୟ ଛାତ୍ରମାନେ ପରିଚାଳନା କରିଥିଲେ ।


