ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟରେ ପୂର୍ବତନ ପ୍ରଧାନ ଶିକ୍ଷକଙ୍କ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଲକ ଶିଖର ପଂଚାୟତସ୍ଥିତ ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଭଗବାନ ଦାସଙ୍କର ୨୩ ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ମଙ୍ଗଳବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭଗବାନ ଦାସ ମେମୋରିଆଲ୍ ଟ୍ରଷ୍ଟର ସଭାପତି ଉପେନ୍ଦ୍ରନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ମନ୍ତ୍ରୀ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଯୋଗ ଦେଇ ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା । ବିଦ୍ୟାଳୟରେ କେବଳ ଯେ ପାଠ ପଢାଯିବ ତା ନୁହେଁ, ଏହିଠାରେ ପିଲାମାନଙ୍କର ମାନସିକ,ଶାରୀରିକ, ବୈଦ୍ଧିକ ବିକାଶ ଘଟିଥାଏ ବୋଲି ମନ୍ତ୍ରୀ ଟୁଡୁ ମତବ୍ୟକ୍ତ କରିଥିଲେ । ସେହିପରି ବିଦ୍ୟାଳୟରେ ଥିବା ସମସ୍ୟାମାନଙ୍କ ମଧ୍ୟରେ ଏକ ଅଡିଟୋରିୟମ ଓ ଆଦିବାସୀ ଛାତ୍ରାବାସ ନିର୍ମାଣ ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଭଗବାନ ଦାସ ମେମୋରିଆଲ ଟ୍ରଷ୍ଟର ସଭାପତି ଉପେନ୍ଦ୍ରନାଥ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ, ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ପୂର୍ବତନ ଶିକ୍ଷକ ନିଲୁରାମ ଜେନା, ପ୍ରଧାନ ଶିକ୍ଷକ ତପନ ସିଂ ପ୍ରମୁଖ ଯୋଗ ସ୍ୱର୍ଗତ ଦାସଙ୍କ ପ୍ରଚେଷ୍ଟାରେ ଏଅଂଚଳରେ ଶିକ୍ଷାର ବିକାଶ ଘଟିବା ସହିତ ଏକ ଉନ୍ନତ ବିଦ୍ୟାଳୟ ନିର୍ମାଣ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ସଭାସ୍ଥଳରେ ବିଦ୍ୟାଳୟର ପୂର୍ବତନ ଅବସରପ୍ରାପ୍ତ ୮ଜଣ ପୂର୍ବତନ ପ୍ରଧାନ ଶିକ୍ଷକ, କୃତୀ ଶିକ୍ଷକଙ୍କ ସମେତ ପୁରାତନ ଛାତ୍ରଛାତ୍ରୀ, ସ୍ଥାନୀୟ ବୁଦ୍ଧିଜୀବିମାନଙ୍କୁ ଉତରୀୟ ଦେଇ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ଏହାସହିତ ବିଭିନ୍ନ ବିଷୟରେ ସବୋର୍ଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ନାଉଗାଁ ବ୍ଲକଛକ ଠାରୁ ବିଜେପି କର୍ମୀମାନେ ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ସହିତ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ