ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟରେ ଯୋଗ ଶିବିର
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଅନ୍ତର୍ଗତ ଅଙ୍ଗେଶ୍ୱପଡା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭଗବାନ ଦାସଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ବିଦ୍ୟାଳୟ ପରିସରରେ ଏକ ପାଂଚ ଦିନିଆ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଭଗବାନ ଦାସ ମେମୋରିଆଲ ଟ୍ରଷ୍ଟର ସଭାପତି ଉପେନ୍ଦ୍ର ବିଶ୍ୱାଳଙ୍କ ତତ୍ୱାବଧାନରେ ଅନୁଷ୍ଟିତ ଶିବିରରେ ଯୋଗଚାର୍ଯ୍ୟ ଭାବେ ବିଶ୍ୱନାଥ ସ୍ୱାଇଁ ଯୋଗ ଶିକ୍ଷା ପ୍ରଦାନ କରୁଛନ୍ତି । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗିରିଧାରୀ ପୁହାଣ, ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ସ୍ୱାଇଁ, ସମାଜସେବୀ ସର୍ବେଶ୍ୱର ମହାରଣା,ବିଭୂତି ଭୂଷଣ ତ୍ରିପାଠୀ, ଭିକାରୀ ଚରଣ ସ୍ୱାଇଁ. ମଳୟ ରଂଜନ ସ୍ୱାଇଁ ପ୍ରମୁଖ ପରିଚାଳନା କରୁଛନ୍ତି । ଆସନ୍ତା ରବିବାର ଏଠାରେ ଏକ ସାଧାରଣ ସଭାର ଆୟୋଜନ କରାଯିବ ସହିତ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଥିବା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।