ଅଜଣା କଲ୍ ରେ ହୋଇପାରେ ହ୍ୟାକ୍

ଆକାଉଣ୍ଟ୍ ହ୍ୟାକ୍ ଆପଣ ଜାଣନ୍ତି କି ସିମ୍ ସ୍ୱାପ୍ ଆଟାକ୍ ଦ୍ୱାରା ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଠାରୁ ଆରମ୍ଭ କରି ସୋସିଆଲ ମିଡ଼ିଆ ଆକାଉଣ୍ଟ ମାତ୍ର ଏକ ମିନିଟ୍ ରେ ହ୍ୟାକ୍ ହୋଇଯିବ । ଆପଣ ଶୁଣିଥିବେ ଆପ୍ କିମ୍ୱା ଏକ୍ସପର୍ଟ ଡିଭାଇସ୍ ଲଗାଇବା ଦ୍ୱାରା ଆପଣଙ୍କ ସ୍ମାର୍ଟଫୋନରେ ବଗ୍ ଆସିଯାଏ, ଯାହା ଦ୍ୱାରା ଖୁବ୍ ସହଜରେ ହ୍ୟାକର ଆକାଉଣ୍ଟ ହ୍ୟାକ୍ କରିପାରନ୍ତି । କିନ୍ତୁ ଏଥିପାଇଁ ଆଉ ଏକ ଉପାୟ ଅଛି, ଯାହା ପ୍ରାୟ ୟୁଜରଙ୍କୁ ଜଣାନଥାଏ । ଜଣେ ବ୍ୟକ୍ତି ଆପଣଙ୍କ ମୋବାଇଲ ନମ୍ୱରକୁ ଏପରି ସିମ୍ କାର୍ଡରେ ଟ୍ରାନ୍ସଫର କରେ ଯାହା ତାହା ପାଖରେ ଥାଏ, ତାକୁ ସିମ୍ ସ୍ୱାପ୍ କୁହାଯାଏ । ଏଥିରେ ଆପଣଙ୍କ ନମ୍ୱରକୁ ସିମ କାର୍ଡରେ ଟ୍ରାନ୍ସଫର କରାଉଥିବା ବ୍ୟକ୍ତି ଆପଣଙ୍କ ଫୋନ୍ କଲ୍ଠାରୁ ଆରମ୍ଭ କରି ମେସେଞ୍ଜରକୁ ଆକ୍ସେସ୍ କରିପାରିବ । ଏହା ବ୍ୟତୀତ ହ୍ୟାକର ଆପଣ ସୋସିଆଲ ମିଡ଼ିଆ ଆକାଉଣ୍ଟ ତଥ୍ୟ ଓ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ହସ୍ତଗତ କରିପାରିବ । ତେବେ ଆପଣଙ୍କର କିଛି ସାଧାରଣ ସୂଚନା ନେଇ ସିମ୍ ସ୍ୱାପ୍ ହୋଇପାରିବ । ଏଥିରେ ଫୋନ୍ ନମ୍ୱର, ଘର ଠିକଣା ଓ କିଛି ଜରୁରୀ କାଗଜ ସାମିଲ ରହିଛି । ତେବେ ଏପରି ଆକ୍ରମଣ ପାଇଁ ମୋବାଇଲ ରିଟେଲ ସପ୍କୁ ନିଜର ଜରିଆ କରନ୍ତି । ସେମାନେ ଏପରି ଦେଖାଇବାକୁ ଚେଷ୍ଟା କରନ୍ତି ଯେପରି ତାଙ୍କର ନମ୍ୱର ଚୋରି ହୋଇଯାଇଛି କିମ୍ୱା ହଜିଯାଇଛି ଏବଂ ତାଙ୍କୁ ନୂଆ ସିମ୍ରେ ତାଙ୍କର ପୁରଣା ସିମ୍କୁ ଟ୍ରାନ୍ସଫର କରାଇବାର ଅଛି । ସିମ୍ ସ୍ୱାପ୍ ପ୍ରଭାବରୁ ବଞ୍ଚିବା ପାଇଁ ସିମ୍ କାର୍ଡରେ ପିନ୍ କିମ୍ୱା ପାସକୋର୍ଡ ସେଟ୍ କରନ୍ତୁ । ଏପରି କଲେ ଆପଣଙ୍କ ଠିକଣା ଜାଣିବା କଷ୍ଟକର ହେବ । ଅନ୍ୟପଟେ ଆପଣ ସରଳ ପାସୱାର୍ଡ ବ୍ୟବହାର କଲେ ମଧ୍ୟ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ହ୍ୟାକ୍ ହେବାର ସମ୍ଭାବନା ରହିଛି । ହ୍ୟାକର୍ସ ୟୁଜରଙ୍କୁ କଲ୍ କରି ସିମ୍ରେ ଲେଖାଥିବା ୨୦ ଅଙ୍କ ବିଶିଷ୍ଟ ନମ୍ୱର ମାଗନ୍ତି । ଏହି ନମ୍ୱର ସିମ୍ ପଛରେ ଲେଖା ହୋଇଥାଏ । ଆଉ ନମ୍ୱର ପାଇଲା ମାତ୍ରେ ହ୍ୟାକର୍ସ ମୋବାଇଲ ନମ୍ୱରକୁ ରେଜିଷ୍ଟ୍ରେସନ୍ ସିମରେ ପରିବର୍ତ୍ତନ କରିଦିଅନ୍ତି । ପ୍ରାୟତଃ ବରିଷ୍ଠ ନାଗରିକମାନେ ସିମ୍ ସ୍ୱାପ୍ ମାମଲାରେ ଶିକାର ହେବା ଅଧିକ ଦେଖାଯାଏ । ଏହା ବ୍ୟତୀତ ମହିଳାଙ୍କୁ ମଧ୍ୟ ଖୁବ ସହଜରେ ଶିକାର ବନାନ୍ତି ହ୍ୟାକର୍ସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ