ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ, କ୍ଷତିପୁରଣ ଦାବିରେ ରାସ୍ତା ଅବରୋଧ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଇଦୁଡି ଗ୍ରାମ ଠାରେ ଏକ ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, କାଶୀନଗର ସହରର ଲାବିଟି ଗୋପୀ ଭୋର୍ ସମୟରେ ଇଦୁଡି ଗ୍ରାମ ଅଭିମୁଖେ କୌଣସି କାରଣରୁ ଯାଉଥିବା ସମୟରେ ମୁଖ୍ୟରାସ୍ତା ଉପରେ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ବୃଦ୍ଧଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଏହାପରେ ସ୍ଥାନୀୟ ଲୋକେ କ୍ଷତିପୁରଣ ଦାବିରେ ଶବକୁ ରାସ୍ତା ମଝିରେ ରଖି ରାସ୍ତା ଅବରୋଧ କରିଥିଲେ । ଧକ୍କା ଦେଇଥିବା ଗାଡି ଚିହ୍ନଟ ହୋଇ ନଥିବାରୁ ଉତ୍ତ୍ୟକ୍ତ ହୋଇ ପ୍ରତିବାଦ କରିଛନ୍ତି ଲୋକେ । ଘଟଣା ସମ୍ପର୍କରେ ଖବର ପାଇ କାଶୀନଗର ପୋଲିସ  ଶବ ଜବତ କରିବାସହ ତଦନ୍ତ ଆରମ୍ଭ କରିଥିଲେ । ଏନେଇ କାଶୀନଗର ଥାନାରେ ୪୧/୨୧ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରୀ ରହିଥିବାର କାଶୀନଗର ଥାନା ଅଧିକାରୀ ସୁଶାନ୍ତ ସାହୁ ଜଣାଇଛନ୍ତି । ରାସ୍ତାରୋକ କରିଥିବା ଉତ୍ତ୍ୟେକ୍ତ ଲୋକଙ୍କୁ କାଶୀନଗର ପୋଲିସ ଓ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ରାସ୍ତା ଅବରୋଧ ହଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ