ଜେଲ୍ ରୁ ମୁକୁଳିଲେ ନାଗା ବାବା
ଚୌଦ୍ୱାର (ଦୀପକ୍ କୁମାର ବେଉରା) : ବହୁ ଚର୍ଚ୍ଚିତ ପୁରୀ ର ନାଗାସାଧୁ ବୈଷ୍ଣବ ପୁରୀ ଗତ ଏକ ମାସ ହେବ ଚୌଦ୍ୱାର ସର୍କଲ ଜେଲରେ ବନ୍ଦୀ ହୋଇ ରହିଥିଲେ । ପୁରୀ କୋର୍ଟ ରୁ ଆଜି ଜାମିନ ମିଳିବା ପରେ ଜେଲରୁ ଶ୍ରୀରାମ ନାରା ଦେଇ ଚୌଦ୍ୱାର ସର୍କଲ ଜେଲ ରୁ ବାହାରିଥିଲେ। ଜେଲରୁ ବାହାରିବା ପରେ ବହୁ ଧାର୍ମିକ ସଂଗଠନ ଏବଂ ଦେବସେନାର କର୍ମୀମାନେ ତାଙ୍କୁ ଫୁଲ ମାଳ ପିନ୍ଧାଇ ସ୍ବାଗତ ଜଣାଇଛନ୍ତି। ନାଗାସାଧୁଙ୍କ ବାପା ମଧ୍ୟ ଜେଲ ଫାଟକ ସାମ୍ନାରେ ଉପସ୍ଥିତ ଥିଲେ। ପୁଅ ବାହାରିବା ମାତ୍ରେ ବାପା ତାଙ୍କୁ ସ୍ବାଗତ ଜଣାଇଥିଲେ।


