ଡିଆରଡିଏ ର ସମୀକ୍ଷା ବୈଠକ

ଛତ୍ରପୁର (ଦେବଦତ୍ତ ମହାରଣା): ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଡିଆରଡିଏ ର ସମୀକ୍ଷା ବୈଠକ ଭିଡିଓ କନଫେରେନ୍ସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଡିଆରଡିଏ ଅଧିନରେ ଚାଲିଥିବା ସମସ୍ତ କାର୍ଯ୍ୟ ଗୁଡିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଜିଲ୍ଲପାଳ ଏହି ବୈଠକ ରେ ଗୁରୁତ୍ୱାରୋପ କରିଥିଲେ । ସ୍ୱଚ୍ଛ ଭାରତ ମିଶନ ଦ୍ୱାରା ପ୍ରତ୍ୟେକ ବ୍ଲକରେ ଦୁଇଟି ଏସିସି/ ଏମଆରଏଫ ଅପ୍ରେଲ ୩୦ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳ କହିବା ସହ ଜୁନ୍ ଶେଷ ସୁଦ୍ଧା ଗ୍ରାମୀଣ ଗୃହ ଯୋଜନାର ସମସ୍ତ କାର୍ଯ୍ୟ ସାରିବାକୁ ବିଡିଓ ମାନଙ୍କୁ ପରାମର୍ଶ ଦେଇଥିଲେ । ଆମଗାଁ ଆମ ବିକାଶ, ଏମନରେଗା, ପାନୀୟଜଳ , ସ୍ମାର୍ଟ କ୍ଲାସ ଓ ଅଙ୍ଗନବାଡି କୋଠା ସମ୍ପର୍କରେ ମଧ୍ୟ ଏହି ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲ।। ଏଥିରେ ଡିଆରଡିଏ ପିଡି ସିନ୍ଦେ ଦତ୍ତାତ୍ରୟ ଭାଉସାହେବ , ଏପିଡି ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷିତ ଦାଶ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଡିପିସି ବିନିତା ସେନାପତିଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଜିଲ୍ଲାର ସମସ୍ତ ବିଡିଓ ମାନେ ଭିସି ରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ