ଅଜଣା ଦୁବୁର୍ତ୍ତଙ୍କ ଟାଙ୍ଗିଆ ଚୋଟରେ ଯୁବକ ଗୁରୁତର
ନବରଙ୍ଗପୁର (ଯୁଗାବ୍ଦ ନ୍ୟୁଜ) : ନବରଙ୍ଗପୁର ଜିଲ୍ଲା ପପୁଗାଁ ନିକଟସ୍ଥ ନାଗଜୋଡି ଜଙ୍ଗଲରୁ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଗୁରୁତର ଆହାତ ହୋଇଥିବା ଯୁବକ ଜଣକ ଗୁରୁତ୍ତର ତିଳ ଗଣ୍ଡଗ୍ରାମ ତେଲନଦୀ ଅନ୍ତର୍ଗତ ବୁରସିଡଙ୍ଗରରି ବୋଲି ଜଣାପଡିଛି । ଅଜଣା ଦୁବୁର୍ତ୍ତଙ୍କ ଟାଙ୍ଗିଆ ଚୋଟରେ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ଆହାତ ଯୁବକଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।