ଅଜବ ବିଶ୍ୱ

ଆପଣ ଜାଣିଛନ୍ତି କି ଜର୍ମାନୀର ଏକଛତ୍ରବାଦୀ ଶାସକ ଆଡ୍ଲଫ୍ ହିଟ୍ଲର୍ ବିଲେଇକୁ ଦେଖିଲେ ବୋଲି । ଏହା ଶୁଣି ଆପଣଙ୍କୁ ଆଶ୍ଚର‌୍ୟ୍ୟ ଲାଗୁଥିଲେ ମଧ୍ୟ ସତ । ବିଶ୍ୱରେ ଏମିତି କିଛି ସତ କଥା ରହିଛି, ଯାହା ଆପଣ ଶୁଣିଲେ ଆଶ୍ଚର‌୍ୟ୍ୟ ହୋଇଯିବେ । ଇରାକ୍ର ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସେନ୍ ଜଣେ ସୁଲେଖକ ଥିଲେ ।ସେ ‘ଜାବିବା ଆଣ୍ଡ୍ ଦି କିଙ୍ଗ୍’ ନାମକ ଏକ ପୁସ୍ତକ ଲେଖିଥିଲେ, ଯାହା ୨୦୦୦ ମସିହାରେ ପ୍ରକାଶ ପାଇଥିଲା ।ତାଇୱାନ୍ରେ ଏଭଳି ଏକ ଭୋଜନାଳୟ ରହିଛି, ଯେଉଁଠି ଗ୍ରାହକଙ୍କୁ ଟଏଲେଟ୍ ଆକୃତିରେ ତିଆରି ହୋଇଥିବା ଏକ ଷ୍ଟାଣ୍ଡ୍ରେ ଖାଦ୍ୟ ପରଷା ଯାଇଥାଏ ।ଇଂଲଣ୍ଡର ପ୍ରିନ୍ସ ଚାଲ୍ସ୍ ଏବଂ ପ୍ରିନ୍ସ ୱିଲିୟମ୍ସ ଯାତ୍ରା କରିବାବେଳେ ସବୁବେଳେ ଅଲଗା ଅଲଗା ଉଡ଼ାଜାହାଜ ବ୍ୟବହାର କରନ୍ତି । ଏହାର ସବୁଠାରୁ ବଡ଼ କାରଣ ହେଉଛି ଯଦି ଉଡ଼ାଜାହାଜ ଦୁର୍ଘଟଣାଗ୍ରସ୍ତ ହୁଏ, ତେବେ ଦୁହିଁଙ୍କ ମଧ୍ୟରୁ ଜଣେ ବଞ୍ଚିଯିବ । ସମୟର ମୂଲ୍ୟ ପ୍ରତ୍ୟେକ ସ୍ଥାନରେ ଦେଖିବାକୁ ମିଳେ । ଆପଣ ପାର୍ଟି କରନ୍ତୁ ଅଥବା ମିଟିଂରେ ଥାଆନ୍ତୁ, ସବୁଠାରେ ନିର୍ଦ୍ଧାରିତ ସମୟ ପ୍ରସ୍ତୁତ ହୋଇଥାଏ । ମାତ୍ର ଯୁକ୍ତରାଷ୍ଟ୍ର ଆମେରିକାର ଲାସ୍ ବେଗାସ୍ ସହରରେ ଥିବା ଏକ ବିଳାସମୟ ହୋଟେଲରେ ଘଣ୍ଟା ଲଗାଯାଇନାହିଁ । ଏଠାରେ ଯେ କେହି ବିନା ସମୟଜନିତ ପ୍ରତିବନ୍ଧକକୁ ଏଡ଼ାଇ ମସ୍ତି କରିପାରିବେ ।ଜର୍ମାନୀର ଏକଛତ୍ରବାଦୀ ଶାସକ ଆଡ୍ଲଫ୍ ହିଟ୍ଲର୍ ପିଲାଦିନେ ପାଦ୍ରୀ ହେବା ଲାଗି ଚାହୁଁଥିଲେ । ଏବେ ବି ମଧ୍ୟ ଲୋକମାନେ ତାଙ୍କ ନାଁ ଶୁଣିଲେ ଭୟରେ ଥରିଉଠନ୍ତି । କିନ୍ତୁ ସେ ନିଜେ ବିଲେଇକୁ ଦେଖିଲେ ଭୟ କରୁଥିଲେ । କେବଳ ହିଟ୍ଲର୍ ନୁହଁନ୍ତି, ନେପୋଲିୟନ୍ ମଧ୍ୟ ବିଲେଇକୁ ଦେଖିଲେ ଡରୁଥିଲେ । ବିଶ୍ୱ ବିଖ୍ୟାତ ପ୍ରାଣୀ ବୈଜ୍ଞାନିକ ଚାର୍ଲସ୍ ଡାର୍ୱିନ୍ ସେହି ଜୀବଗୁଡ଼ିକୁ ବହୁଳ ମାତ୍ରାରେ ଖାଉଥିଲେ ଯେଉଁଗୁଡ଼ିକୁ ସେ ଆବିଷ୍କାର କରିଥିଲେ ।ବିଶ୍ୱର ସର୍ବବୃହତ୍ତମ ପରିବାର ଭାରତରେ ରହିଛି । ଏହି ପରିବାରରେ ଜଣେ ବ୍ୟକ୍ତିଙ୍କର ୩୯ ଜଣ ପତ୍ନୀ ଏବଂ ୯୪ ଜଣ ସନ୍ତାନ ରହିଛନ୍ତି । ପରିବାରର ସମସ୍ତ ସଦସ୍ୟବୃନ୍ଦ ଚାରି ମହଲା ବିଶିଷ୍ଟ କୋଠାରେ ଥିବା ୧୦୦ଟି ବଖରାରେ ରହିଥାଆନ୍ତି ।ଫିଲ୍ମ ‘ସେଭେନ୍ ଇୟର୍ ଇନ୍ ତିବ୍ଦତ୍’ରେ ହଲିଉଡ୍ ଷ୍ଟାର୍ ବ୍ରେଡ୍ ପିଟ୍ କାମ କରିଥିବାରୁ ତାଙ୍କୁ ଚୀନ୍ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।ଆର୍ଜେଣ୍ଟିନାର ଜଣେ ବ୍ୟକ୍ତି ୭ ହଜାର ଗଛକୁ ଏଭଳି ଉପାୟରେ ବଢ଼ାଇଥିଲେ, ଯାହା ପରବର୍ତ୍ତୀ ସମୟରେ ଗିଟାର୍ ରୂପ ନେଇଥିଲା । ଏହାକୁ ସେ ନିଜ ପତ୍ନୀଙ୍କୁ ଉପହାର ଭାବେ ପ୍ରଦାନ କରିଥିଲେ । ସାଓ ପାଲୋରେ ୧୧୦ ଏକର ପରିମିତ ଏଭଳି ଏକ ଦ୍ୱୀପ ରହିଛି, ଯେଉଁଠି ୪ ହଜାର ସାପ ରହନ୍ତି । ଏହା ନିଆର ସବୁଠାରୁ ବିପଜ୍ଜନକ ଦ୍ୱୀପ ଭାବେ ପରିଚିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ